ଡେଲିଭରି ଏଜେଣ୍ଟ ପରିଚୟ ଦେଇ ସାଇବର ଠକେଇ ଅଭିଯୋଗ,୨ ଜଣଙ୍କୁ ବାନ୍ଧିଲା…

ଦିଗପହଣ୍ଡି/ଚିକିଟି,୬|୧(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୋକଙ୍କ ଠାରୁ ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ କରାଯାଇଥିବା ଅଭିଯୋଗ ହେବା ପରେ ମଙ୍ଗଳବାର କେ. ନୂଆଗାଁ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ୨ଟି ମୋବାଇଲ ଫୋନ, ୬ଟି ସ୍କ୍ରିନ ଶଟ ଫୋନ ପେ ଓ ୧୪ ହଜାର ୫୦୦ ଟଙ୍କା ଜବତ ହୋଇଛି ବୋଲି କେ ନୂଆଗାଁ ଅଧିକରୀ କିଶୋର ସାମଲ କହିଛନ୍ତି। ଗିରଫ ୨ ଅଭିଯୁକ୍ତ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଧେରେଣ୍ଡି ଗ୍ରାମର ମନୋଜ ଗୌଡ଼ (୨୫) ଏବଂ ଜାଲମେରିପଲ୍ଲୀ ଗ୍ରାମର ସନ୍ତୋଷ ପ୍ରଧାନ (୨୮)।

କେ. ନୂଆଗାଁ ଥାନା ଝଗଡା ଗ୍ରାମର ଶଙ୍କର ରାଉଳଙ୍କଠାରୁ ୪ା୧ା୨୦୨୬ରେ ଧାନଘର ଛକଠାରେ ତାଙ୍କ ଫୋନକୁ ଏକ ଓଟିପି ପଠାଇ ନିଜକୁ ଡେଲିଭର ଏଜେଣ୍ଟ ପରିଚୟ ଦେଇ ମନୋଜ ଓ ସନ୍ତୋଷ ତାଙ୍କ ଟଙ୍କା ହଡପ କରିନେଇଥିଲେ। ଉକ୍ତ ଓଟିପି ବ୍ୟବହାର କରି ସେମାନେ ମାଇ ଜିଓ ଆପରେ ଲିଙ୍କ୍‌ କରିଥିଲେ। ପରେ ଠକେଇ ନେଇ ଜାଣିବା ପରେ ଶଙ୍କର କେ. ନୂଆଗାଁ ଥାନାରେ ଗତ ୪ ତାରିଖରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ସାମଲ, ଚିକିଟି ଫାଣ୍ଡି ଅଧିକାରୀ ଗୌତମ ସାହୁ ପହଞ୍ଚତ୍ ତଦନ୍ତ କରିଥିଲେ। ତଦନ୍ତରୁ ପିତାତଳି ଗ୍ରାମର ଡି. ଦିଲ୍ଲୀରାଓ, ରାଙ୍ଗାରାଓଏବଂ ପି.ଦିନେଶ ମଧ୍ୟ ଏଭଳି ଠକେଇର ଶିକାର ହୋଇଥିବା ଜଣାପଡିଥିଲା। କେ. ନୂଆଗାଁ ପୋଲିସ ଫୋନ ଟ୍ରାକ କରି ମନୋଜ ଓ ସନ୍ତୋଷଙ୍କ ଘରେ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଥିଲା।  ଜେରା ସମୟରେ ବିଭିନ୍ନ ଫୋନ ପେ’ ଓଟିପି ମାଧ୍ୟମରେ ଉଭୟ ଟଙ୍କା ଟ୍ରାଞ୍ଜେକ୍ସନ  କରାଯାଇଥିବା ମୋବାଇଲ ଫୋନ୍ ସ୍କ୍ରିନ ସଟ ଜବତ କରାଯାଇଥିଲା। ଅଭିଯୁକ୍ତଦ୍ବୟ  ସାଇବର ଠକେଇ  ଏବଂ  ମୋବାଇଲ ଫୋନ ସିମ କାର୍ଡ ଡିଜିଟାଲ ପ୍ରମାଣ ପତ୍ର କାରବାରରେ ସଂପୃକ୍ତ ଥିବା ଆଇଆଇସି କହିଛନ୍ତି ।

Dharitri – Odisha’s No.1 Odia Daily

Share