କଟକ ସହରରେ କର୍ଫ୍ୟୁ କଟକଣା କୋହଳ: ଜୀବନଯାତ୍ରା ସ୍ବାଭାବିକ

କଟକ,୭।୧୦: କଟକ ସହରରେ କଟକଣା କୋହଳ ହୋଇଛି। ପରବର୍ତ୍ତୀ କର୍ଫ୍ୟୁ ଅବଧି ବୃଦ୍ଧି ନିର୍ଦ୍ଦେଶନାମା ନ ଆସିବା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି। ଫଳରେ କଟକ ସହରରେ ଜୀବନଯାତ୍ରା ଏକପ୍ରକାର ସ୍ବାଭାବିକ ହୋଇଛି। କର୍ଫ୍ୟୁ କଟକଣା ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ଥିଲା। ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗିଥିଲା। ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ, ପୁରୀଘାଟ, ବାଦାମବାଡ଼ି, ଲାଲ୍‌ବାଗ, ବିଡ଼ାନାସୀ, ମର୍କତନଗର, CDA ଫେଜ-୨, ମାଲଗୋଦାମ ଜଗତପୁର, ବୟାଳିଶି ମୌଜା, ସଦର ଥାନା ଅଞ୍ଚଳରେ ଥିଲା କର୍ଫ୍ୟୁ ଜାରି ହୋଇଥିଲା।

 

Dharitri is Odisha’s No.1 most trusted Odia daily