ଭାରତ ମାତା ପୂଜନ ଉତ୍ସବରେ ଦୁଲୁକିବ ମଞ୍ଚ, ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ରହିଛି…

ଦାରିଙ୍ଗବାଡି, ୧୯।୧ (ଅରୁଣ ସାହୁ ): ଆସନ୍ତା ସାଧାରଣତନ୍ତ୍ର ଦିବସରେ ୧୪ ତମ ଭାରତ ମାତା ପୂଜନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ସିମନବାଡି ଦୁର୍ଗା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂସ୍କାର ଭାରତୀର ଜିଲା ସଂଗଠନ ମନ୍ତ୍ରୀ ବିଚିତ୍ର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ସଂସ୍କାର ଭାରତୀର ପ୍ରମୁଖ କାର୍ଯ୍ୟକର୍ତ୍ତା ମୋହନ ପ୍ରଧାନ ପରିଚାଳନା କରିଥିଲେ। ବୈଠକରେ ଏହି ପୂଜନ ଉତ୍ସବକୁ ଲୋକାଭିମୁଖୀ କରାଯିବା ସହ ବିଭିନ୍ନ ଉପକମିଟି ଗଠନ କରାଯାଇ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ବିଶେଷ କରି ଏହି କାର୍ଯ୍ୟକ୍ରମର ସନ୍ଧ୍ୟାରେ ମଞ୍ଚରେ ପାରମ୍ପରିକ ନୃତ୍ୟ, ସଙ୍ଗୀତ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ରାଜ୍ୟ ତଥା ରାଜ୍ୟ ବାହାରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଣିପୁର ପିହୁ ନୃତ୍ୟ ଠାରୁ ଆରମ୍ଭ କରି ଆସାମ ଓ ଅନ୍ୟାନ୍ୟ ରାଜ୍ୟରୁ ନୃତ୍ୟ ଦଳ ସମେତ ରାଜ୍ୟରୁ ଗୋଟି ପୁଅ ନୃତ୍ୟ, ଘୁଡୁକି, ପାଇକ ଆଖଡ଼ା ଭଳି ଅନେକ ସାଂସ୍କୃତିକ ଦଳ ସାମିଲ ହେବାର ରହିଛି। ରାଜ୍ୟର ବିଭିନ୍ନ ବିଭାଗର ରାଜନେତା, ମନ୍ତ୍ରୀ ଓ ଜିଲା ଅଧିକାରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦାନ କରିବା କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ପ୍ରାନ୍ତ ସହ କୋଷାଧ୍ୟକ୍ଷ ଫ୍ରାଞ୍ଚାଇଜ ପ୍ରଧାନ, ବଣିକ ସଙ୍ଘର ସଭାପତି ମହେଶ କୁମାର ସାହୁ, ଜିତେନ୍ଦ୍ର ସାହୁ, ଅରୂପାନନ୍ଦ ସାହୁ ଆଲୋକ ସାଥୁଆ, ପ୍ରଦୀପ ସାହୁ, ଅଶ୍ୱିନ ସାହୁ, ଅଜିତ ଚୌଧରୀ, ସରୋଜ ସାହୁ, ବିନୋଦ ସାହୁ, ବିକି ନାୟକ, ରାଜେଶ ସାହୁ, ଅଶୋକ ବେହେରାଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗଦେଇଥିଲେ ।

Dharitri – The Largest & Most Trusted Odia Daily