ସିୟୁଇଇ-୨୦୨୪ ଆବେଦନ ଆରମ୍ଭ

ଭୁବନେଶ୍ୱର, ୨୪।୯: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟ (ଓଡ଼ିଶା ଏବଂ ଏପି) ପକ୍ଷରୁ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା-୨୦୨୪ (ସିୟୁଇଇ-୨୦୨୪) ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସମ୍ପର୍କରେ ଘୋଷଣା କରାଯାଇଛି। ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟ ଓଡ଼ିଶାର କୁଳପତି ସୁପ୍ରିୟା ପଟ୍ଟନାୟକ କହିଛନ୍ତି, ଜୀବନ ଗଠନ, ସମ୍ପ୍ରଦାୟକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସେଞ୍ଚୁରିଅନ୍‌ ବିଶ୍ୱାସ କରିଥାଏ ଏବଂ ଆମର ବ୍ୟବହାରିକ ଶିକ୍ଷଣ ମଡେଲ ମଧ୍ୟ ଏହାର ପ୍ରମାଣ ବୋଲି ସେ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ବିଶ୍ୱବିଦ୍ୟାଳୟର ଆଡମିଶନ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ ସୁକାନ୍ତ ପରିଡ଼ା କହିଛନ୍ତି, ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୧୪ ବିଦ୍ୟାଳୟର ୬୩ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ଆଜିଠାରୁ ଆବେଦନପତ୍ର ଗ୍ରହଣ କରାଯାଉଛି। ଏପରିକି ଆଶାୟୀ ଛାତ୍ରୀଛାତ୍ରୀମାନେ cuee.cutm.ac.inରେ ସିୟୁଇଇ-୨୦୨୪ (CUEE-2024) ପାଇଁ ଆବେଦନ କରିପାରିବେ।