CSK vs DC: ଲଗାତର ହାରିବା ପରେ ଚେନ୍ନାଇ ସୁପର କିଙ୍ଗସ ବଦଳାଇଲା ପ୍ଲେଇଂ ଇଲେଭେନ

ନୂଆଦିଲ୍ଲୀ,୫।୪: ଆଇପିଏଲ ୨୦୨୫ର ୧୭ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ। ଦିଲ୍ଲୀ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ଫିଲ୍ଡିଂ ପାଇଁ ଚେନ୍ନାଇର ଖେଳାଳିମାନେ ପଡ଼ିଆକୁ ଆସିବେ। ଗତ ଦୁଇଟି ମ୍ୟାଚରେ ଚେନ୍ନାଇକୁ ଲଗାତାର ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏବେ ସେ ପ୍ଲେଇଂ ଇଲେଭେନକୁ ପରିବର୍ତ୍ତନ କରିଛନ୍ତି। ଚେନ୍ନାଇ ରାହୁଲ ତ୍ରିପାଠି ଏବଂ ଜେମି ଓଭରଟନଙ୍କୁ ବାହାରର ରାସ୍ତା ଦେଖାଇଛି।
ଡେଭନ କନୱେଙ୍କୁ CSKର ପ୍ଲେଇଂ ଇଲେଭେନରେ ସାମିଲ କରାଯାଇଛି। ରାହୁଲ ତ୍ରିପାଠିଙ୍କ ସ୍ଥାନରେ ମୁକେଶ ଚୌଧୁରୀଙ୍କୁ ସୁଯୋଗ ମିଳିଛି। କନୱେ ନ୍ୟୁଜିଲ୍ୟାଣ୍ଡର ଜଣେ ଅଭିଜ୍ଞ ଖେଳାଳି। ସେ ଅନେକ ସମୟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। କନୱେ ଆଇପିଏଲ ୨୦୨୩ ରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ। ସେ ୧୬ ମ୍ୟାଚ ରେ ୬୭୨ ରନ କରିଥିଲେ। ଏହି ସମୟ ମଧ୍ୟରେ ସେ ଛଅଟି ଅର୍ଦ୍ଧଶତକ ହାସଲ କରିଥିଲେ।
ରାହୁଲ ଜଣେ ଅଭିଜ୍ଞ ଖେଳାଳି। କିନ୍ତୁ ତାଙ୍କର ସାମ୍ପ୍ରତିକ ପ୍ରଦର୍ଶନ ନିରାଶାଜନକ ରହିଛି। ରାହୁଲଙ୍କୁ ଏହି ସିଜିନରେ ତିନୋଟି ମ୍ୟାଚ ଖେଳିବାର ସୁଯୋଗ ମିଳିଛି। କିନ୍ତୁ ସେ ତିନୋଟିରେ ବିଫଳ ହୋଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରାହୁଲ ୨ ରନ କରିବା ପରେ ଆଉଟ ହୋଇଥିଲେ। ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ମଧ୍ୟ ସେ ୫ ରନ କରି ପାଭିଲିୟନ ଫେରିଥିଲେ। ରାଜସ୍ଥାନ ବିପକ୍ଷରେ ମାତ୍ର ୨୩ ରନ କରିପାରିଥିଲେ। ସିଏସକେ ପ୍ରଭାବଶାଳୀ ଖେଳାଳିଙ୍କ ତାଲିକାରେ ଜେମି ଓଭରଟନଙ୍କୁ ସାମିଲ କରିଛି।