Categories: Home Leftଖେଳ

ସିଏସ୍‌କେ ଭାଗ୍ୟରେ ପଡ଼ିଲା ଟସ୍‌

ମୁମ୍ବାଇ,୩।୪: କ୍ରମାଗତ ଦୁଇଟି ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଭାଗରେ ପଡ଼ିଛି ଟସ୍‌। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି ରବୀନ୍ଦ୍ର ଜାଡେଜା। ଏଥିସହିତ ଚଳିତ ଆଇପିଏଲରେ ଚାଲିଥିବା ଟସ୍‌ ଜିତି ବୋଲିଂ ନେବା ଧାରା ଜାରି ରହିଛି।

ଏହି ମ୍ୟାଚ୍‌ ଲାଗି ସିଏସ୍‌କେ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ତୁଷାର ପାଣ୍ଡେଙ୍କ ବଦଳରେ କ୍ରିସ ଜୋର୍ଡାନଙ୍କୁ ସ୍ଥାନ ମିଳିଛି। ଅନ୍ୟପକ୍ଷରେ ପଞ୍ଜାବ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ରାଜ ବାଓ୍ବା ଏବଂ ହରପ୍ରୀତ ବ୍ରାରଙ୍କ ବଦଳରେ ଦଳରେ ସ୍ଥାନ ପାଇଛନ୍ତି ବୈଭବ ଆରୋରା ଏବଂ ଜୀତେଶ ଶର୍ମା।