ମୁମ୍ବାଇ,୨୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ରେ ସୋମବାର ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ଶେଷ ଓଭରରେ ମ୍ୟାଚ୍କୁ ପଞ୍ଜାବ ଟିମ୍ ଜିତି ନେଇଥିଲା। ହେଲେ ଏହି ମ୍ୟାଚ୍ ବେଳେ ଜଣେ ମିଷ୍ଟ୍ରି ଗର୍ଲଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ପ୍ରଶଂସକମାନେ ତାଙ୍କ ଉପରେ ଫିଦା ହୋଇଥିବା କୁହାଯାଉଛି।
ଚେନ୍ନାଇର ବ୍ୟାଟିଂ ସମୟରେ ଅବନ୍ତି ରାଇଡୁ ଲଗାତର ଭାବେ ଚୌକା ଛକା ବର୍ଷା କରୁଥିଲେ। ଇନିଂସର ୧୬ତମ ଓଭରରେ ସେ ଲଗାତର ୩ ଛକା ମାରିଥିଲେ। ଏହି ସମୟରେ ଜଣେ ଯୁବତୀଙ୍କ ପ୍ରତିକ୍ରିୟା ଟେଲିଭିଜନ ପରଦାର ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କର ଫଟୋ ଭାଇରାଲ ହୋଇଥିଲା।
ପରେ ଯୁବତୀଜଣଙ୍କ ପରିଚୟ ମିଳିଛି। ସେ ଅଭିନେତ୍ରୀ ଶ୍ରୁତି ତୁଳି ବୋଲି ଜଣାପଡ଼ିଛି। ସେ ଚେନ୍ନାଇର ଏହି ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମକୁ ଆସିଥିଲେ। ତାଙ୍କୁ ମ୍ୟାଚ୍ ସମୟରେ ତିନି ଥର ଟେଲିଭିଜନ ପରଦାରେ ଦେଖାଯାଇଥିଲା। ହଳଦିଆ ରଙ୍ଗର ପୋଷାକ ପିନ୍ଧି ସେ ଚେନ୍ନାଇକୁ ସମର୍ଥନ କରୁଥିଲେ। ଅବନ୍ତୀ-ଧୋନୀ ଛକା ମାରିବା ସମୟରେ ସେ ଖୁସିରେ ସେଲିବ୍ରେଶନ କରୁଥିଲେ।
ଶ୍ରୁତି ନିଜେ ଇନଷ୍ଟାଗ୍ରାମରେ ତାଙ୍କର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ସେ ଏବେ ଭାଇରାଲ ହେଉଥିବା ବେଳେ ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ପାଉଛି।