Categories: Home Leftଖେଳ

ଏହି ବିଦେଶୀ ଖେଳାଳିଙ୍କୁ କିଣିପାରେ ସିଏସ୍‌କେ

ଚେନ୍ନାଇ, ୧୭।୨ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ ଲାଗି ଏଠାରେ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଛି ଖେଳାଳିଙ୍କ ନିଲାମ ପ୍ରକ୍ରିୟା। ଏହି ମିନି ଅକ୍‌ଶନ ଲାଗି ୨୯୨ ଖେଳାଳିଙ୍କ ମଧ୍ୟରୁ କେବଳ ୬୧ ଜଣଙ୍କୁ ହିଁ ମିଳିବ ଆଇପିଏଲ କଣ୍ଟ୍ରାକ୍ଟ। ତେବେ ଆଇପିଏଲ ଇତିହାସର ଅନ୍ୟତମ ସଫଳ ଦଳ ତଥା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) କେଉଁ ବିଦେଶୀ ଖେଳାଳିଙ୍କୁ କିଣିପାରେ, ତାହା ଜାଣିବା ପାଇଁ ପଢ଼ନ୍ତୁ….

ମହେନ୍ଦ୍ର ସିଂ ଧୋନୀଙ୍କ ଦଳ ସର୍ବଦା ମଧ୍ୟମ ଧରଣର ଅଭିଜ୍ଞ ଖେଳାଳିଙ୍କୁ ବାଛନ୍ତି। ଆଉ ଦଳକୁ ମଧ୍ୟକ୍ରମରେ ଏମତି ଜଣେ ବ୍ୟାଟ୍ସମ୍ୟାନ ଦରକାର, ଯିଏ ଧୋନୀ ଓ ସୁରେଶ ରାଇନାଙ୍କ ସହ ତାଳ ଦେଇ ବଡ଼ ହିଟ୍‌ ମାରିପାରୁଥିବ କିମ୍ବା ସ୍ପିନ ଅଲରାଉଣ୍ଡର। କିନ୍ତୁ ସବୁଠୁ ବଡ଼ କଥା ହେଲା ଦଳ ପାଖରେ କେବଳ ଗୋଟିଏ ବିଦେଶୀ ଖେଳାଳିଙ୍କ ପାଇଁ ଯାଗା ରହିଛି। ତେବେ ବିଦେଶୀ ଖେଳାଳି ଭାବେ ଧୋନୀଙ୍କ ଦଳ ଗ୍ଲେନ ମ୍ୟାକ୍ସଓ୍ବେଲ କିମ୍ବା ଶାକିବ ଅଲ ହାସନଙ୍କୁ ବାଛିପାରେ। ମ୍ୟାକ୍ସଓ୍ବେଲଙ୍କ ବିସ୍ଫୋରକ ବ୍ୟାଟିଂ କରିବା ଦକ୍ଷତା ସଭିଙ୍କୁ ଜଣା। ଆଉ ଶାକିବ ବିଶ୍ୱର ଅନ୍ୟତମ ସଫଳ ଅଲରାଉଣ୍ଡର। ୩ ଥର ଚାମ୍ପିୟନ ଦଳକୁ ୫ଟି ଭାରତୀୟ ଖେଳାଳି ମଧ୍ୟ ଦରକାର ଥିବାବେଳେ ସିଏସ୍‌କେ ପାଖରେ ୧୯.୯୦ କୋଟି ଟଙ୍କା ରହିଛି। ଏଭଳି ପରିସ୍ଥିତିରେ ଦଳକୁ ଆବଶ୍ୟକ ଥିବା ବିଦେଶୀ ଖେଳାଳିଙ୍କ ପାଇଁ ସିଏସ୍‌କେ ବଡ଼ ମୂଲ୍ୟ ଦେବାକୁ ପଛ ଘୁଞ୍ଚା ଦେବ ନାହିଁ।