LONDON, ENGLAND - JUNE 02: Quinton De Kock of South Africa during the Group Stage match of the ICC Cricket World Cup 2019 between South Africa and Bangladesh at The Oval on June 02, 2019 in London, England. (Photo by Alex Davidson/Getty Images)
ଜୋହାନ୍ସବର୍ଗ,୫।୭(ପି.ଟି.): ସୀମିତ ଓଭର ଅଧିନାୟକ କ୍ୱିଣ୍ଟନ ଡିକକ୍ ଦକ୍ଷିଣ ଆଫ୍ରିକାର ପୁରୁଷ କ୍ରିକେଟର ଅଫ୍ ଦି ଇୟର ବିବେଚିତ ହୋଇଛନ୍ତି। କୋଭିଡ୍-୧୯ ମହାମାରୀ କାରଣରୁ ଶନିବାର ଅନୁଷ୍ଠିତ କ୍ରିକେଟ ସାଉଥ୍ ଆଫ୍ରିକା (ସିଏସ୍ଏ)ର ଭର୍ଚୁଆଲ ପୁରସ୍କାର ବିତରଣୀ ଉତ୍ସବରେ ତାଙ୍କୁ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି। ଏଥି ସହିତ ୨୭ ବର୍ଷୀୟ ଡିକକ୍ ଟେଷ୍ଟ କ୍ରିକେଟର ଅଫ୍ ଦି ଇୟର ମଧ୍ୟ ବିବେଚିତ ହୋଇଛନ୍ତି। ସେହିପରି ଯୁବ ଓପନର ଲଉରା ଉଲଭାର୍ଡଟ ମହିଳା କ୍ରିକେଟର ଅଫ୍ ଇୟର ଓ ଦିନିକିଆ କ୍ରିକେଟର ଅଫ୍ ଇୟର ବିବେଚିତ ହୋଇଛନ୍ତି।
ଦ୍ରୁତ ବୋଲର ଲୁନ୍ଗି ଏନ୍ଗିଡି ଦିନିକିଆ ଓ ଟି୨୦ ପ୍ଲେୟାର ଅଫ୍ ଦି ଇୟର ଭାବେ ପୁରସ୍କୃତ ହୋଇଛନ୍ତି। ସେହିପରି ଡେଭିଡ୍ ମିଲର ଫ୍ୟାନ୍ସ ଫେଭରାଇଟ୍ ପ୍ଲେୟାର ବିବେଚିତ ହୋଇଛନ୍ତି। ଅନରିଚ୍ ନୋର୍ଜ ଅନ୍ତର୍ଜାତୀୟ ପୁରୁଷ ନବାଗତ କ୍ରିକେଟର ଅଫ୍ ଦି ଇୟର ବିବେଚିତ ହୋଇଛନ୍ତି। ସେହିପରି ଶବନିମ ଇସ୍ମାଇଲ ମହିଳା ଟି୨୦ କ୍ରିକେଟର ଅଫ୍ ଦି ଇୟର ଓ ବାମହାତୀ ସ୍ପିନର ନୋନକୁଲେଲେକୋ ଏମ୍ଲାବା ମହିଳ ନବାଗତ କ୍ରିକେଟର ଅଫ୍ ଦି ଇୟର ବିବେଚିତ ହୋଇଛନ୍ତି।
ଦ୍ୱିତୀୟଥର ପାଇଁ ଡିକକ୍ ପୁରୁଷ କ୍ରିକେଟର ଅଫ୍ ଦି ଇୟର ବିବେଚିତ ହୋଇଛନ୍ତି। ପୂର୍ବରୁ ସେ ୨୦୧୭ରେ ମଧ୍ୟ ଏହି ପୁରସ୍କାର ହାସଲ କରିଥିଲେ। ପୂର୍ବରୁ ଜ୍ୟାକ୍ କାଲିସ୍, ମଖୟା ଏନ୍ଟିନି, ହାସିମ ଆମଲା, ଏବି ଡିଭିଲର୍ସ ଓ କାଗିସୋ ରାବାଡ଼ା ମଧ୍ୟ ଦୁଇଦୁଇ ଥର ଏହି ପୁରସ୍କାର ହାସଲ କରିଥିଲେ। ଅନ୍ୟପଟେ ଉଲଭାର୍ଡଟ ସର୍ବକନିଷ୍ଠ ମହିଳା କ୍ରିକେଟର ଭାବେ ଦକ୍ଷିଣ ଆଫ୍ରିକାର ଏହି ଶ୍ରେଷ୍ଠ ପୁରସ୍କାର ହାସଲ କରିଛନ୍ତି। ସେ ୨୧ ବର୍ଷ ୨ ମାସରେ ଏହି ସମ୍ମାନ ହାସଲ କରିଛନ୍ତି।