Categories: Home Leftଖେଳ

ସିଏସ୍‌ଏ ଚେୟାରମ୍ୟାନଙ୍କୁ ଖବରଦାତାଙ୍କ ସହ ବଚସା ପଡ଼ିଲା ମହଙ୍ଗା

ଜୋହାନ୍ସବର୍ଗ, ୨୯ା୧- ଦକ୍ଷିଣ ଆଫ୍ରିକା କ୍ରିକେଟ (ସିଏସ୍‌ଏ)ର କାମଚଳା ଚେୟାରମ୍ୟାନ ଜ୍ରାକ୍‌ ୟାକୁବଙ୍କୁ ଇସ୍ତଫା ଦେବା ପାଇଁ ଆସିଛି ନିର୍ଦ୍ଦେଶ। ଜଣେ ଜର୍ନାଲିଷ୍ଟଙ୍କ ସହ ତାଙ୍କର ଏକ ବଚସା ହୋଇଥିଲା, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଜର୍ନାଲିଷ୍ଟ ଜଣକ ୟାକୁବଙ୍କ ବିରୋଧରେ ଆସିଥିବା ବିଭିନ୍ନ ଅଭିଯୋଗ ସମ୍ପର୍କରେ ଜବାବ ମାଗିଥିଲେ। ଏହାପରେ ସେହି ଜର୍ନାଲିଷ୍ଟ ଜଣଙ୍କୁ ବାରମ୍ବାର ଅପମାନିତ କରିଥିଲେ ୟାକୁବ। ଦକ୍ଷିଣ ଆଫ୍ରିକା କ୍ରୀଡ଼ାମନ୍ତ୍ରୀ ନାଥି ଏମ୍‌ଥେଥ୍ବା ସିଏସ୍‌ଏ ବୋର୍ଡର ଜଣେ କାମଚଳା ସଦସ୍ୟ ଷ୍ଟାଭ୍ରୋସ୍‌ ନିକୋଲାଓଙ୍କୁ ଏହି ପଦବୀ ସମ୍ଭାଳିବାକୁ କହିଛନ୍ତି।