କର୍ଲାମୁଣ୍ଡା,୨୩।୯(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସିଆରପି,ଏମବିକେ ସଂଘ ପକ୍ଷରୁ ମଙ୍ଗଳବାରଠାରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସରକାର ସିଆରପି,ଏମବିକେ ମାନଙ୍କୁ ମାସିକ ଦରମା ପ୍ରଦାନ ପରିବର୍ତ୍ତେ ଇନସେନଟିଭ ଆକାରରେ ପ୍ରୋତ୍ସାହନ ରାଶୀ ଦେବାକୁ ନିଷ୍ପତ୍ତି ଓ ରାଜସ୍ବ ଗ୍ରାମରେ ଜଣେ ସିଆରପି ରଖିବାକୁ ନିଷ୍ପତ୍ତି ନେଉଥିବାରୁ ଏହାର ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ପରିସରରେ ସରକାର ଉପରୋକ୍ତ ନିୟମ ପରିବର୍ତ୍ତନ ନ କରିବା ଯାଏ ସଂଘ ଧାରଣା ଦେବାକୁ ସ୍ଥିର କରିଥିବା ସଂଘର ସଭାନେତ୍ରୀ ସୁଷମା ସାହୁ,ସମ୍ପାଦିକା ସନ୍ତୋଶି ମାଝୀ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ପୂର୍ବରୁ ସିଆରପି ଏମବିକେମାନେ ମାସିକ ଦରମା ଆକାରରେ ପ୍ରାପ୍ୟ ପାଉଥିବାବେଳେ ଏବେ ସରକାର ସେ ସବୁ ଉପରେ ପରିବର୍ତ୍ତନ କରିବା ଦୁର୍ଭାଗ୍ୟର ବିଷୟ ବୋଲି ସଂଘର ଉପ ସଭାନେତ୍ରୀ ରଶ୍ମିତା ସୁନା କହିଛନ୍ତି। ତେବେ ସରକାରଙ୍କ ନୂତନ ନୀତି ଯୋଗୁ ବ୍ଲକର ତେରେସିଙ୍ଗା,ଗଜବାହାଲ, ସ.ମାଲପଡା, କର୍ଲାମୁଣ୍ଡା, ବୋରପଦର ଆଦି ଗ୍ରାମ ପଞ୍ଚାୟତରେ ନିଯୁକ୍ତି ପାଇଥିବା ୪୬ ଜଣ ସିଆରପି ଓ ୫ ଜଣ ଏମବିକେ ପ୍ରଭାବିତ ହେବାକୁ ଥିବା ଜଣାପଡ଼ିଛି।