ରିଷିଡ଼ା,୨୩ା୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ରିଷିଡ଼ାଠାରେ ନୂଆଖାଇ ପାଇଁ ଶନିବାର ବସିଥିବା ତିହାରି ହାଟ ଚଳଚଞ୍ଚଳ ହୋଇପଡିଥିଲା। ବିଭିନ୍ନ ସାମଗ୍ରୀ କିଣିବା ଲାଗି ଏଠାରେ ଲୋକଙ୍କ ଗହଳି ଲାଗିଥିଲା।
କଳାହାଣ୍ଡି, ବଲାଙ୍ଗୀର ଓ କନ୍ଧମାଳ ଜିଲା ସୀମାନ୍ତରେ ଥିବା ହାଟରେ ନୂଆଧାନ, ନୂଆ ମାଟି ହାଣ୍ଡିଠାରୁ ଆରମ୍ଭ କରି ପନିପରିବା ଓ ପୋଷାକ ଆଦି କିଣିବା ଲାଗିଗ୍ରାହକଙ୍କ ଭିଡ ଦେଖବାକୁ ମିଳିଥିଲା।