ମୋବାଇଲ ଚାର୍ଜ ପାଇଁ ରେଳଷ୍ଟେସନରେ ଭିଡ଼

ନନ୍ଦପୁର/ ପାଡୁଆ, (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): ବାତ୍ୟା ମୋନ୍ଥା ପାଇଁ ରେଳ ବିଭାଗ ତରଫରୁ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ୩ ଦିନ ପାଇଁ ବାତିଲ କରାଯାଇଛି। ନନ୍ଦପୁର ବ୍ଲକ ଦେଇ ଯାଇଥିବା କେକେ ରେଳ ପଥର ଏକାଧିକ ଷ୍ଟେସନରେ କିନ୍ତୁ ଗହଳି ଲାଗି ରହିଛି। କାରଣ ଜାଣିବାକୁ ବୁଝିବାରେ ନନ୍ଦପୁର ବ୍ଲକର ୧୭ ପଞ୍ଚାୟତରେ ବିଦ୍ୟୁତ୍‌ ସରବରାହ ନ ଥିବାରୁ ବିଭିନ୍ନ ଷ୍ଟେସନରେ ମୋବାଇଲ ଚାର୍ଜ ପାଇଁ ଯୁବଗୋଷ୍ଠୀ ଭିଡ଼ କରିଥିବା ଜଣାପଡ଼ିଥିଲା। ବ୍ଲକ ଅଧୀନ ଦାର୍ଲିପୁଟ, ପାଡୁଆ, ଭେଜା, ମାଛକୁଣ୍ଡ ଆଦି ରେଳ ଷ୍ଟେସନରେ ଚାଟୁଆ, ପାଡୁଆ, କୁଲାବିର, ଭେଜା, ବାଲଡା, ମାଳିବେଲ ଗାଁ ଆଦି ପଞ୍ଚାୟତର ଯୁବକମାନେ ଏକ୍ସଟେନ୍‌ସନ ବୋର୍ଡ ନେଇ ମୋବାଇଲ ଚାର୍ଜ କରୁଥିବା ଦେଖିବାକୁ ମିଳିଥିଲା। କରେଣ୍ଟ ନଥିବା ବେଳେ ଯଦି ମୋବାଇଲ ଚାର୍ଜ ଥିବ ତାହେଲେ ସମୟ ଅତିବାହିତ ହୋଇଯିବ ବୋଲି ଉକ୍ତ ଯୁବକମାନେ କହିଛନ୍ତି।

Dharitri – Odisha’s No.1 Odia Daily

Share
Tags: odisha