Categories: Home Leftଖେଳ

ହରଭଜନ, ଯୁବରାଜଙ୍କୁ ସମାଲୋଚନା

ନୂଆଦିଲ୍ଳୀ,୧୬ା୭: ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ଭିଡିଓକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ, ଯୁବରାଜ ସିଂ ଓ ସୁରେଶ ରାଇନାଙ୍କୁ ସମାଲୋଚନା କରିଛନ୍ତି ପାରା ଶଟଲର ମାନସୀ ଯୋଶୀ।

ଭିଡିଓଟି ବର୍ତ୍ତମାନ ଡିଲିଟ୍‌ କରାଯାଇଥିବା ବେଳେ ୩ କ୍ରିକେଟରଙ୍କ ବିରୋଧରେ ଅଭିଯୋଗ ହୋଇଛି। ଓ୍ବାଲର୍‌ଡ ଚାମ୍ପିୟନ୍ସ ଅଫ୍‌ ଲିଜେଣ୍ଡ୍ସରେ ଚାମ୍ପିୟନ ହେବା ପରେ ଯୁବରାଜ ଏହି ଭିଡିଓ ଶେୟାର କରିଥିଲେ। ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ପଦକ ତଥା ହାଙ୍ଗଝୋ ଏସିଆନ ଗେମ୍ସ ରୌପ୍ୟ ପଦକ ବିଜୟିନୀ ମାନସୀ ଏହାକୁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅପମାନ ବୋଲି କହିଛନ୍ତି।

କ୍ରିକେଟରମାନଙ୍କୁ ଅଧିକ ଦାୟିତ୍ୱବାନ ହେବା ଆବଶ୍ୟକ ବୋଲି ମଧ୍ୟ ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୧୧ରେ ମାନସୀ ଏକ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କର ଗୋଡ କଟା ଯାଇଥିଲା। ଏହା ଦ୍ୱାରା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମଜା ଉଡାଇବାକୁ ସମସ୍ତେ ସାଧାରଣ ଘଟଣା ବିବେଚନା କରିବେ ବୋଲି ସେ କହିଛନ୍ତି। ଏହି ଘଟଣା ପରେ କ୍ରିକେଟର ହରଭଜନ ସିଂ ସୋସିଆଲ ମିଡିଆରେ କ୍ଷମାପ୍ରାର୍ଥନା କରିବା ସହ କାହାକୁ ଇଙ୍ଗିତ କରି ଭିଡିଓ ତିଆରି କରାଯାଇ ନ ଥିବା କହିଛନ୍ତି।