ଅପରାଧୀ-ପ୍ରଶାସନର ମଧୁଚନ୍ଦ୍ରିକା: ବିକାଶ ଦୁବେଙ୍କ ଗିରଫ ନାଟକ

ଲକ୍ଷ୍ନୌ, ୯।୭: କାନପୁରରେ ୮ ଜଣ ପୋଲିସଙ୍କୁ ହତ୍ୟା କରିଥିବା ଅପରାଧୀ ବିକାଶ ଦୁବେଙ୍କୁ ଗୁରୁବାର ଗିରଫ କରାଯାଇଛି। ତାଙ୍କୁ ମଧ୍ୟପ୍ରଦେଶ ଉଜୈନର ମହାକାଳ ମନ୍ଦିରରୁ ଗିରଫ କରାଯାଇଥିବା କୁହାଯାଉଛି। ତେବେ ଗିରଫ ଘଟଣା ଏକ ନାଟକ ପରି ମନେ ହେଉଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରକୃତ ପକ୍ଷେ ଏହା ଅପରାଧୀ ଏବଂ ପ୍ରଶାସନର ମଧୁଚନ୍ଦ୍ରିକା ବୋଲି କେତେକ ଅଭିଯୋଗ କରିଛନ୍ତି। ମହାକାଳ ମନ୍ଦିର ପରିସରରେ ପହଞ୍ଚି ଜଣେ ବ୍ୟକ୍ତି ଜୋର୍‌ରେ ପାଟି କରି ମଁୁ ବିକାଶ ଦୁବେ ବୋଲି କହୁଥିବାରୁ ଦେଖିବାକୁ ମିଳିଥିଲା। ଏହାପରେ କିଛି ସମୟ ପରେ ପୋଲିସ ତାଙ୍କୁ ନିଜ ହେପାଜତକୁ ନେଇଥିଲା। ଏହି ଗିରଫ ଘଟଣା ଯୋଜାନବଦ୍ଧ ବୋଲି ଅଭିଯୋଗ କରି ବିରୋଧୀ ଦଳ ନେତା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି।