ହକି ବିଜୟରେ ବିଭୋର କ୍ରିକେଟର୍‌: କହିଲେ, ୩ ବିଶ୍ୱକପ୍‌ ବିଜୟଠାରୁ ବି ଏହା ନିଆରା

ନୂଆଦିଲ୍ଲୀ,୫।୮: ଟୋକିଓ ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛି। ପ୍ଲେ ଅଫ ମ୍ୟାଚରେ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରିଛି। ଅଲିମ୍ପିକ୍ସରେ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତିଛି। ଆଠ ଥର ଅଲିମ୍ପିକ ଚାମ୍ପିଅନ ତଥା ବିଶ୍ୱର ତିନି ନମ୍ବର ଭାରତୀୟ ଦଳର ଏହି ବିଜୟକୁ ନେଇ ସେ ଦେଶର ବିଭିନ୍ନ ସ୍ଥାନରୁ ଅଭିନନ୍ଦନ ଗ୍ରହଣ କରୁଛନ୍ତି। କ୍ରିକେଟ ଜଗତରୁ ତାଙ୍କୁ ଅନେକ ଅଭିନନ୍ଦନ ମଧ୍ୟ ମିଳୁଛି। ଭିଭିଏସ ଲକ୍ଷ୍ମଣ, ବୀରେନ୍ଦ୍ର ସେହ୍ବାଗ, ଗୌତମ ଗମ୍ଭୀର, ସୁରେଶ ରାଇନାଙ୍କ ପରି ଭେଟେରାନମାନେ ଭାରତୀୟ ହକି ଦଳ ପାଇଁ ଟୁଇଟ କରୁଛନ୍ତି ଏବଂ ଆଜି ଭାରତ ପାଇଁ ଏକ ବଡ ଦିନ କହିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ ପାଇଁ ଭାରତୀୟ ଦଳ କେବଳ ବ୍ରୋଞ୍ଜ ପଦକ ଜିତିନାହିଁ ବରଂ ସମସ୍ତଙ୍କ ହୃଦୟ ଜିତିଛି।
ଗୌତମ ଗମ୍ଭୀର ଏକ ଟୁଇଟ୍‌ରେ ଲେଖିଛନ୍ତି ଯେ, ୧୯୮୩,୨୦୦୭ ଏ୧ଂ ୨୦୧୧ ବିଶ୍ୱକପ୍‌କୁ ଭୁଲିଯାଅ, ଏହି ହକି ପଦକ କୌଣସି ବିଶ୍ୱକପ ବିଜୟ ଅପେକ୍ଷା ବଡ ଅଟେ। ଏଥିସହିତ ସେହ୍ବାଗ ଟୁଇଟ୍‌ କରି କହିଛନ୍ତି, ଭାରତ ୩-୧ ଗୋଲରେ ପରାସ୍ତ ହେବା ପରେ ବ୍ରୋଞ୍ଜ ପଦକ ଜିତିଛି। ୪୦ ବର୍ଷ ପରେ ହକିରେ ପ୍ରଥମ ପଦକ ଆସିଛି। ଏହା ମଜାଦାର ଥିଲା।