ମୁମ୍ବାଇ: ଭାରତୀୟ କ୍ରିକେଟର ଶୁବମନ ଗିଲ୍ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ଡେଟ୍ କରୁଥିଲେ ବୋଲି ଖୁବ୍ ଚର୍ଚ୍ଚା ହେଉଥିଲା। ମାତ୍ର ଏବେ ସାରା ନୁହନ୍ତି, ଏହି ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ଶୁବମନ। ଉଭୟଙ୍କ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ଏହି ଅଭିନେତ୍ରୀ ଜଣକ ହେଲେ ସୁନ୍ଦରୀ ଅବନୀତ କୌର। ସେ ନିକଟରେ ଭାରତର ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଥିଲେ। ଅଭିନେତ୍ରୀ ଜଣକ ଇନ୍ଷ୍ଟାଗ୍ରାମରେ ଷ୍ଟାଡିୟମର ଅନେକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଏକ ଗ୍ଲାମରସ ଲୁକ୍ରେ ନଜର ଆସିଥିଲେ।
ଅବନୀତଙ୍କ ଏହି ଫଟୋଗୁଡ଼ିକ ସାମ୍ନାକୁ ଆସିବା ପରେ, ୟୁଜର୍ସମାନେ ତାଙ୍କ ନାମକୁ କ୍ରିକେଟର ଶୁବମନ ଗିଲଙ୍କ ସହିତ ଯୋଡ଼ିବା ଆରମ୍ଭ କରିଦେଇଛନ୍ତି। ସମସ୍ତେ ଭାବୁଛନ୍ତି ଯେ, ସେ କେବଳ ଶୁବମନଙ୍କୁ ଉତ୍ସାହିତ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ।
ପ୍ରକୃତରେ ଏହା ପୂର୍ବରୁ ଅବନୀତଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ତାଙ୍କ ବନ୍ଧୁମାନଙ୍କ ବ୍ୟତୀତ ଶୁବମନଙ୍କ ସହିତ ପୋଜ ଦେଉଥିବାର ଦେଖାଯାଇଥିଲା। ଏହା ଦେଖି ୟୁଜର୍ସମାନେ ଦୁହେଁ ଡେଟିଂ କରୁଥିବା ବିଷୟରେ ଗୁଜବ ପ୍ରଚାର କରିଥିଲେ।
ରବିବାର ଯେତେବେଳେ ଭାରତ ଟ୍ରଫି ଜିତିଥିଲା, ଅବନୀତ ମଧ୍ୟ ଏକ ଭିଡିଓ ଶେୟାର କରିଥିଲେ। ଯେଉଁଥିରେ ସେ ମ୍ୟାଚ୍ ଜିତିବାର ଖୁସିରେ ନାଚିଥିବାର ଦେଖିବାକୁ ମିଳିଥିଲା।ତଥାପି ଏପର୍ଯ୍ୟନ୍ତ ଶୁବମନ ଏବଂ ଅବନୀତ ଏହି ଡେଟିଂ ଗୁଜବ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଆପଣଙ୍କୁ କହି ରଖୁଛୁ ଯେ, ଅବନୀତ ଜଣେ ଲୋକପ୍ରିୟ ଟିଭି ଅଭିନେତ୍ରୀ।
କାମ ବ୍ୟତୀତ, ଅବନୀତ ସୋସିଆଲ ମିଡିଆରେ ମଧ୍ୟ ବହୁତ ଲୋକପ୍ରିୟ। ଇନ୍ଷ୍ଟାଗ୍ରାମରେ ତାଙ୍କର ୩୧ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି। ଯେଉଁଠାରେ ଅଭିନେତ୍ରୀ ଜଣକ ପ୍ରତିଦିନ ତାଙ୍କର ଚମତ୍କାର ଫଟୋ ସହିତ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିନ୍ତି।