ଦିଗପହଣ୍ଡିରେ କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଦିଗପହଣ୍ଡି,୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ଖେଳପଡିଆଠାରେ ଗୁରୁବାର ଦିଗପହଣ୍ଡି କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ସ୍ଥାନୀୟ ଗ୍ରାଉଣ୍ଡ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଟୁର୍ନାମେଣ୍ଟ ଉଦଘାଟନୀ ସମାରୋହରେ ଭାଜପା ରାଜ୍ୟପରିଷଦ ସଦସ୍ୟ ପରେଶ ଚନ୍ଦ୍ର ରଥ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଭାଜପା ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଭବାନୀ ଶଙ୍କର ପଣ୍ଡା , ଦିଗପହଣ୍ଡି ନଗର ସଭାପତି ପ୍ରଶାନ୍ତ କୁମାର ପୂଜାରୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାରତୀ ସାହୁ , ଉପସଭାନେତ୍ରୀ ସୁଷମା ଗୈାଡ , ଦୟାନିଧି ନାହାକ , ଶ୍ରୀକାନ୍ତ ମହାରଣା , ସିମାଞ୍ଚଳ ଦାସ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ମଞ୍ଚାସିନ ଥିଲେ। ପ୍ରଥମ ଦିବସ ମ୍ୟାଚରେ ଦିଗପହଣ୍ଡି କ୍ରିକେଟ କ୍ଳବକୁ ବ୍ରହ୍ମପୁର ଲାଇନ୍ସ କ୍ରିକେଟ କ୍ଳବ ପରାଜିତ କରି ପରବର୍ତ୍ତୀ ମ୍ୟାଚକୁ ଉନ୍ନୀତ ହୋଇଥିବା ଜଣାପଡିଛି। ଏହି ମ୍ୟାଚରେ ୨୭ ବଲ ଖେଳି ୫୪ ରନ ସଂଗ୍ରହ କରିଥିବା ଆବିଷ୍କାର ପଟ୍ଟନାୟକଙ୍କୁ ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କୃତ କରାଯାଇଥିଲା। ସେହିପରି ଶୁକ୍ରବାର ଅନୁଷ୍ଠିତ ଦ୍ବିତୀୟ ଦିବସ ମ୍ୟାଚ୍‌ରେ ବ୍ରହ୍ମପୁରର ମହାମାୟୀ କ୍ରିକେଟ ଟିମ ପ୍ରତିପକ୍ଷ ରେଗିଡି ଗ୍ରାମ କ୍ରିକେଟ ଟିମକୁ ପରାଜିତ କରି ପରବର୍ତ୍ତୀ ମ୍ୟାଚକୁ ଉନ୍ନୀତ ହୋଇଛି। ଟୁର୍ନାମେଣ୍ଟ ପରିଚାଳନା କମିଟି ସଭାପତି ଉଜ୍ଜ୍ବଳ ସେଠୀ , ସମ୍ପାଦକ ଗୁଡୁ ବାରିକ , କୋଷାଧ୍ୟକ୍ଷ ସାଇରାମ ପଣ୍ଡା, କ୍ରୀଡାବିତ ହରପ୍ରସାଦ ସେଠୀ , ମୁକେଶ ସାହୁ , ଶୁଭମ ଡାକୁଆ , ଶୁଭମ ସ୍ବାଇଁ , ରାଜା ସେଠୀ , ବଳିଆ ସେଠୀ , ମାନସ ବେହେରା , ଦୀପକ ଜେନା , ରୋସନ ଥାପ୍ପା ପ୍ରମୁଖ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ।

Share