VIDEO: ଶାହାରୁଖ ଖାନ୍‌ଙ୍କୁ ଦେଖି ଖୁସିରେ ନାଚି ଉଠିଲେ ପୃଥ୍ବୀ ଶ’ଙ୍କ ପ୍ରେମିକା, କଲେ ଏଭଳି…

ନୂଆଦିଲ୍ଲୀ,୭।୫: ଆଇପିଏଲ୍‌ର କିଛି ଟିମ୍‌ର ମାଲିକ ହେଉଛନ୍ତି ସେଲିବ୍ରିଟି। ଏଣୁ ଉକ୍ତ ଦଳର ମ୍ୟାଚ୍‌ ସମୟରେ କଳାକାରଙ୍କୁ ଦେଖିବାକୁ ମିଳିଥାଏ। ପଞ୍ଜାବରୁ ପ୍ରିତି ଜିଣ୍ଟା ହୁଅନ୍ତୁ ଅଥବା କୋଲକାତାର ଶାହାରୁଖ ଖାନ୍‌, ଉଭୟ କଳାକାର ଦଳକୁ ସମର୍ଥନ ଜଣାଇବାକୁ ପ୍ରାୟତଃ ଉପସ୍ଥିତ ରହିଥାନ୍ତି। ଏଣୁ ଅନେକଙ୍କୁ ତାଙ୍କୁ ଭେଟିବାକୁ ସୁଯୋଗ ମିଳିଯାଇଥାଏ। ଏହି କ୍ରମରେ ଏବେ ପୃଥ୍ବୀ ଶ’ଙ୍କ ପ୍ରେମିକା ନିଧୀ ତପାଡ଼ିଆ ବଲିଉଡ୍‌ର ବାଦ୍‌ଶାହାଙ୍କୁ ଭେଟିବାରେ ସଫଳ ହୋଇଛନ୍ତି। ସେ ଏହାକୁ ନେଇ ଏତେ ଖୁସି ହୋଇଯାଇଥିଲେ ଯେ ଦେଖୁଦେଖୁ ଶାହାରୁଖଙ୍କୁ କୁଣ୍ଡାଇ ପକାଇଥିଲେ।

ଇଡେନ ଗାର୍ଡେନରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହୋଇଥିବା ମୁକାବିଲାରେ ଶାହାରୁଖ ପହଞ୍ଚିଥିଲେ। ଏହି ମ୍ୟାଚ୍‌କୁ ଦେଖିବାକୁ ନିଧୀ ମଧ୍ୟ ଯାଇଥିଲେ। ମ୍ୟାଚ୍‌ ଶେଷ ହେବା ପରେ ସେ ଶାହାରୁଖଙ୍କୁ ଭେଟିଥିଲେ। ଏହି ସମୟରେ ଉଭୟ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏପରିକି ନିଜର ପ୍ରିୟ କଳାକାରଙ୍କୁ ଭେଟି ନିଧୀ ଖୁସିରେ ନାଚି ଉଠିଥିଲେ। ଏହାର ଏକ ଭିଡିଓ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ବିଶେଷ ମୂହୁର୍ତ୍ତ ଲାଗି ସେ ଏକ ଗୀତ ମଧ୍ୟ ଲେଖିଛନ୍ତି-ମେ ଅଗର କହୁଁ ତୁମସା ହସି, କାୟନାତ ମେ ନହିଁ ହେ କୋଇ…।

ତେବେ ନିଧୀ ହେଉଛନ୍ତି ଜଣେ ମଡେଲ ଏବଂ ଅଭିନେତ୍ରୀ। ସେ ମହାରାଷ୍ଟ୍ରର ନାସିକର ବାସିନ୍ଦା। ପୃଥ୍ବୀ ଭାଲେଣ୍ଟାଇନ୍‌ ଡେ’ରେ ପ୍ରଥମ ଥର ଲାଗି ତାଙ୍କ ସହ ପ୍ରଥମ ଫଟୋ ଶେୟାର କରିଥିଲେ। ସେବେଠାରୁ ଉଭୟ ଚର୍ଚ୍ଚାରେ ଅଛନ୍ତି।

Share
Tags: Sports News