ଶାହିଦ ଆଫ୍ରିଦିଙ୍କ ପରଲୋକ, କରାଚିରେ ଦିଆଗଲା କବର? ପାକିସ୍ତାନୀ ଗଣମାଧ୍ୟମର Videoକୁ ନେଇ ହଇଚଇ…

ଇସଲାମାବାଦ,୮।୬: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ଶାହିଦ ଖାନ ଆଫ୍ରିଦିଙ୍କ ବିଷୟରେ ଏକ ଚାଞ୍ଚଲ୍ୟକର ଦାବି କରାଯାଉଛି। ପାକିସ୍ତାନୀ ଗଣମାଧ୍ୟମର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଇଛି ଯେ ଆଫ୍ରିଦିଙ୍କ ପରଲୋକ ହୋଇଛି। ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ଆଫ୍ରିଦି ବେଶ ଫିଟ ଏବଂ ସକ୍ରିୟ  ରହୁଥିବା ବେଳେ ହଠାତ୍‌ କ’ଣ ହେଲା ସେନେଇ କ୍ରିକେଟଜଗତରେ ହଇଚଇ ସୃଷ୍ଟି ହୋଇଛି। ଏମିତିରେ ଏହି ଦାବି କେତେ ସତ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ତେବେ ଜଣେ ବ୍ୟବହାରକାରୀ ଇନଷ୍ଟାଗ୍ରାମରେ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ, ଦୁଇଜଣ ଆଙ୍କର ଷ୍ଟୁଡିଓରେ ଏକାଠି ବସିଥିବାର ଦେଖାଯାଉଛି। ଏହି ସମୟରେ, ମହିଳା ଆଙ୍କର ଖବର ପଢ଼ୁଛନ୍ତି ଯେ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶାହିଦ ଖାନ ଆଫ୍ରିଦିଙ୍କ ଦେହାନ୍ତ ହୋଇଛି ଏବଂ ତାଙ୍କୁ କରାଚୀରେ କବର ଦିଆଯାଇଛି। ଆଫ୍ରିଦିଙ୍କ ମୃତ୍ୟୁ ପାଇଁ ଅନେକ ଅଧିକାରୀ ଦୁଃଖ ପ୍ରକାଶ କରୁଛନ୍ତି। ଏହି ଭିଡିଓ ବର୍ତ୍ତମାନ ବହୁତ ଭାଇରାଲ ହେଉଛି। କିନ୍ତୁ ଏହା କ’ଣ ସତ୍ୟ?
କହିବାକୁ ଗଲେ ଏହି ଭିଡିଓ ଏବଂ ମୃତ୍ୟୁର ଦାବି ସମ୍ପୂର୍ଣ୍ଣ ମିଥ୍ୟା। କାରଣ ଭିଡିଓକୁ ‘କୃତ୍ରିମ ବୁଦ୍ଧିମତ୍ତା’ (AI) ସାହାଯ୍ୟରେ କରାଯାଇଛି। ଆଙ୍କରଙ୍କୁ ପାକିସ୍ତାନ କ୍ରିକେଟ ଦଳ ଏବଂ ଶାହିଦ ଖାନ ଆଫ୍ରିଦି ଭଳି ଶବ୍ଦ ବ୍ୟବହାର କରୁଥିବା ଦେଖାଯାଇଛି। ଏହା ଦେଖାଉଛି ଯେପରି ଶାହିଦ ଆଫ୍ରିଦିଙ୍କ ମୃତ୍ୟୁ ହୋଇଛି।
ସତ୍ୟ ପ୍ରକୃତରେ ଅନ୍ୟ କିଛି। ନିକଟରେ, ପାକିସ୍ତାନ ମୁସଲିମ ଲିଗ (N) ର ଜଣେ ନେତା, ଆବାସ ଖାନ ଆଫ୍ରିଦିଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଘରେ ଗ୍ୟାସ ଲିକ୍‌ ହେବା ପରେ ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ଏଥିରୁ ସୁସ୍ଥ ହୋଇ ପାରି ନଥିଲେ, ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ମନେ ହେଉଛି ଯେ ଆଙ୍କର ଖବର କହୁଥିବାର ଏହି ଭିଡିଓଟି ତାଙ୍କ ସହ ଜଡିତ ଏବଂ କୃତ୍ରିମ ବୁଦ୍ଧିମତ୍ତା ସାହାଯ୍ୟରେ ଏହାକୁ ଭୁଲ ଉପାୟରେ ଉପସ୍ଥାପନ କରି ଏକ ଗୁଜବ ପ୍ରସାର କରାଯାଇଛି।

Share