କଟକ,୨।୧୨: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ମ୍ୟାଚ ପୂର୍ବରୁ ପିଚ ଯାଞ୍ଚ କରିଛନ୍ତି କ୍ୟୁରେଟର। କ୍ୟୁରେଟର୍ ଆଶିଷ ଭୌମିକଙ୍କ ସହ ଅନ୍ୟ ଗ୍ରାଉଣ୍ଡ ଷ୍ଟାଫ ଉପସ୍ଥିତ ରହି ପିଚ ଯାଞ୍ଚ କରିଛନ୍ତି। T20 ମ୍ୟାଚ ପାଇଁ ୩ଟି ପିଚ୍ ପ୍ରସ୍ତୁତ ହୋଇଛି।
ଟି୨୦ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ଓସିଏ କର୍ମକର୍ତ୍ତ ପୁରୀ ଯାଇ ପ୍ରଥମ ଟିକେଟ ମହାପ୍ରଭୁଙ୍କୁ ସମର୍ପଣ କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏକ ଗ୍ୟାଲେରି ଟିକେଟ କ୍ରୟ କରିଛନ୍ତି।
ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଟିକେଟ ପ୍ରଦାନ କରିଛନ୍ତି। ପ୍ରକାଶ ଯୋଗ୍ୟ, ଏହି ପ୍ରତୀକ୍ଷିତ ମ୍ୟାଚ ପାଇଁ ଅନ୍ଲାଇନ୍ ଟିକେଟ ବିକ୍ରି ମଧ୍ୟ ଆରମ୍ଭ ହୋଇଯାଇଛି। ପ୍ରଥମ ଦିବସରେ ହିଁ ସମସ୍ତ ୨୦୦୦ ଟିକେଟ ବିକ୍ରି ହୋଇଯାଇଥିବା ସୂଚନା ମିଳିଛି।
Dharitri – Odisha’s No.1 Odia Daily