ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳି ଜଗନ୍ନାଥପୁର ଗ୍ରାମଠାରୁ କଲ୍ୟାଣପୁର ପର୍ଯ୍ୟନ୍ତ ରାସ୍ତା ବର୍ତ୍ତମାନ ବିପଦପୂର୍ଣ୍ଣ। ପାଞ୍ଚଟି ପଞ୍ଚାୟତ ତଥା କାଇଁଚପୁର, ମଲାଡ଼, ସନ୍ତୋଷପୁର, ଖଣ୍ଡ ଦେଉଳି ଓ ପୋଇରlଶି ଆଦି ପଞ୍ଚାୟତବାସୀ ନିର୍ଭର କରୁଥିବା ମୁଖ୍ୟ ରାସ୍ତାରେ ବଡ଼ବଡ଼ କାଜୁ ଗଛର ଡାଳଗୁଡିକ ରାସ୍ତାକୁ ସମ୍ପୂର୍ଣ୍ଣ ମାଡ଼ି ଆସିଲାଣି। ଉକ୍ତ ରାସ୍ତା ଦେଇ ହଜାର ହଜାର ଲୋକ ଯିବା ଆସିବା କରୁଥିବା ବେଳେ ଲକ୍ଷ୍ମୀ ବସ୍ ମଧ୍ୟ ଉକ୍ତ ରାସ୍ତାରେ ଯାତାୟାତ କରୁଛି। କିନ୍ତୁ ରାସ୍ତାଟି ଅଣଓସାରିଆ ଥିବା ବେଳେ ଡାଳଗୁଡିକ ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରିଥିବା ଦେଖିବାକୁ ମିଳିଛି। ଚାରି ଚକିଆ ଯାନ ଯିବା ବେଳେ କିଛି ଦେଖାଯାଉନି ବୋଲି ମାଳି ଜଗନ୍ନାଥପୁର ଗ୍ରାମର ବାଲୀ ଲୋକନାଥ ମନ୍ଦିର ପରିଚାଳନା କମିଟି ସଭାପତି ବି. ବନମାଳୀ କହିଛନ୍ତି। ଏଥିପାଇଁ ତିନି ଚାରି ଦିନ ତଳେ ଏକ ଦୁର୍ଘଟଣା ଘଟିଥିଲା। ପ୍ରଶାସନ ପକ୍ଷରୁ ଉପରୋକ୍ତ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।