ନୂଆଦିଲ୍ଲୀ,୧୨।୧୦: ପପ୍ ଗାୟିକା କେଟି ପେରି ଓ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଡେଟିଂ ଗୁଜବ ଚାଲୁଥିବା ବେଳେ କାର୍ଲିଫର୍ଣ୍ଣିଆର ସାନ୍ତା ବାର୍ବାରା ତଟରେ ଦୁହେଁ କିସ୍ କରୁଥିବା ଫଟୋ ଭାଇରାଲ୍ ହୋଇଯାଇଛି। ଏହା ସହିତ ସେମାନଙ୍କର ସମ୍ପର୍କ ନିଶ୍ଚିତ ହୋଇଯାଇଛି।
କେଟିଙ୍କ ବୋଟରେ ସେ କଳା ସ୍ୱିମ୍ସୁଇଟ୍ ପିନ୍ଧି ରହିଥିଲେ। ଜଷ୍ଟିନ୍ ଶାର୍ଟଲେସ୍ ହୋଇ ଜିନ୍ସ୍ ପିନ୍ଧିଥିଲେ। ଫଟୋରେ ସେମାନେ କିସ୍ କରୁଥିବା, ଆଳିଙ୍ଗନ କରୁଥିବା ଦେଖାଯାଉଛି।
ଜୁଲାଇରେ ମଣ୍ଟ୍ରିୟଲ୍ରେ ସେମାନେ ପ୍ରଥମ ଡିନର୍ ଡେଟ୍ରେ ଦେଖାଯାଇଥିଲେ। ଜଷ୍ଟିନ୍ କେଟିଙ୍କ କନ୍ସର୍ଟରେ ମଧ୍ୟ ଯୋଗ ଦେଇଥିଲେ। ପରେ ଗୁଜବ ହୋଇଥିଲା ଯେ ମିଡିଆ ଧ୍ୟାନରୁ ଜଷ୍ଟିନ୍ ଅସୁବିଧାରେ ପଡ଼ିଛନ୍ତି। କିନ୍ତୁ ଏହି ଫଟୋରୁ ବୁଝାଯାଉଛି ସେମାନେ ସମ୍ପୂର୍ଣ୍ଣ ଏକାଠି ରହିଛନ୍ତି।
୨୦୨୫ ଜୁନ୍ ମାସରେ କେଟି ଅଭିନେତା ଅରଲାଣ୍ଡୋ ବ୍ଲୁମ୍ଙ୍କ ସହ ବିବାହ ଭାଙ୍ଗି ୭ ବର୍ଷର ସମ୍ପର୍କ ଶେଷ କରିଥିଲେ। ସେମାନେ ୬ ବର୍ଷ ବିବାହରେ ରହିଥିଲେ। ୨୦୧୬ରୁ ଡେଟିଂ କରୁଥିବା ସେମାନେ ୨୦୨୦ରେ ଝିଅ ଡେଜି ଡୋଭ୍କୁ ଜନ୍ମ ଦେଇଥିଲେ।
୨୦୨୩ ଅଗଷ୍ଟରେ ପତ୍ନୀ ସୋଫି ଗ୍ରେଗୋୱାର୍ ସହ ୧୮ ବର୍ଷର ବିବାହ ଭାଙ୍ଗିଥିଲେ ଜଷ୍ଟିନ୍ ଟ୍ରୁଡୋ। ସେମାନଙ୍କ ୩ ସନ୍ତାନ: ଜାଭିୟର (୧୭), ଏଲା-ଗ୍ରେସ୍ (୧୬) ଓ ହାଡ୍ରିୟନ୍ (୧୧) ରହିଛନ୍ତି।