ଛତ୍ରପୁର ଥାନା ପୋଲିସ-ମାଜିଷ୍ଟ୍ରେଟ ମିଳିତ ଚଢ଼ାଉ: ସୁନ୍ଦରପୁର ଗ୍ରାମରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

ଛତ୍ରପୁର,୧୭।୯(ଦିଲ୍ଲୀପ ସାମଲ ): ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ଗ୍ରାମରୁ ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଛି। ଛତ୍ରପୁର ଥାନା ପୋଲିସ ଓ ମାଜିଷ୍ଟ୍ରେଟ ମିଳିତ ଚଢ଼ାଉ କରି ସୁନ୍ଦରପୁର ଗ୍ରାମ ଟାୱାରସାହିର ପପୁନ ପାତ୍ରଙ୍କ ତିନୋଟି ଘରୁ ବେଆଇନ ବାଣ ଗଚ୍ଛିତ ଥିବା
ଠାବ ହୋଇଥିବା ଜଣାପଡିଛି । ଗୋଟିଏ ଘରର ତାଲା ଭଙ୍ଗା ଯାଇଥିବା ମଧ୍ୟ ଜଣାପଡିଛି । ଚଢ଼ାଉରେ ଛତ୍ରପୁର ଏସଡିପିଓ ଚନ୍ଦନ କୁମାର ଘଡେଇ, ଥାନା ଅଧିକାରୀ ସବ୍ୟସାଚି ମଲ୍ଲ, ମାଜିଷ୍ଟ୍ରେଟ ଭାବେ ଛତ୍ରପୁର ଅତିରିକ୍ତ ତହସିଲଦାର ଏନ. ରବି ପ୍ରଧାନ ଏବଂ ପୁଲିସ ଫୋର୍ସ ସାମିଲ ଅଛନ୍ତି । ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହୋଇଥିବ ବୋଲି କୁହାଯାଉଛି ।

Share