କଂଗ୍ରେସରେ ଫାଟ! ଓଡ଼ିଶା ବନ୍ଦବେଳେ ପଦାରେ ପଡ଼ିଲା ଗୋଷ୍ଠୀକନ୍ଦଳ

ସାଲେପୁର,୧୭।୭(ଅରବିନ୍ଦ ଭୂୟାଁ):ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାର ପ୍ରତିବାଦରେ ଆଜି ସାଲେପୁରଠାରେ କଂଗ୍ରେସ ଦଳର ଦୁଇଗୋଷ୍ଠୀ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୁଷ୍ଟି ହୋଇଛି । ସାଲେପୁର କୁଆପାଳ ଛକରେ ରାସ୍ତାରୋକୋବେଳେ କଂଗ୍ରେସ ନେତା ଆକ୍ୟୁବ ଖାଁ ଓ ଯୁବନେତା ହରିବନ୍ଧୁ ଶତପଥୀଙ୍କ ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ଗୋଷ୍ଠୀର ସମର୍ଥକମାନେ ପୃଥକ ପୃଥକ ଭାବେ ରାସ୍ତା ଉପରେ ପାଲ ପକାଇ ଓଡିଶା ବନ୍ଦକୁ ସଫଳ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।
ପ୍ରକାଶ ଯେ, କଂଗ୍ରେସ ନେତା ଆକ୍ୟୁବ ଖାଁ ବର୍ଷ ବର୍ଷ ଧରି ସାଲେପୁର ଙ୍କଗ୍ରେସ ସଗଠନକୁ ମଜଭୁତ କରି ଆସୁଥିବାବେଳେ ଏବେ ନୂଆ କରି ସାଲେପୁର କଂଗ୍ରେସ ସଗଠନର ମଙ୍ଗ ଧରିବାକୁ ହରିବନ୍ଧୁ ଆଗକୁ ଆସିଛନ୍ତି। ଏବେ କଂଗ୍ରେସ କମିଟିର ଦୁଇଗୋଷ୍ଠୀ ପୃଥକ ପୃଥକ ଭାବେ ଓଡିଶା ବନ୍ଦ କରାଯାଉଥିବାରୁ ସାଲେପୁର କଂଗ୍ରେସ ଥିବା ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଲା ବୋଲି ସାଧାରଣରେ ଆଲୋଚନା ହେଉଛି।