ଖଲ୍ଲିକୋଟ,୨୦।୧୦(ପ୍ରଶାନ୍ତ କୁମାର ମିଶ୍ର): ଖୁସିର ପର୍ବ ଦୀପାବଳିରେ ଏକ ଅଘଟଣ ସାମ୍ନାକୁ ଆସିଛି। ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କଇଠଡ଼ା ଗ୍ରାମରେ ବାଣ ବିସ୍ଫୋରଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଇଠଡ଼ା ଗ୍ରାମର ପିଣ୍ଟୁ ପଲେଇ ।
ମିଳିଥିବା ସୂଚନା ମୁତାବକ, ଦୀପାବଳି ପାଇଁ ବେଆଇନ ଭାବେ ବାଣ ଭିଡୁ ଥିବା ବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଫଳରେ ପିଣ୍ଟୁ ଗୁରୁତର ହୋଇଥିଲେ। ହସ୍ପିଟାଲ ନେବା ବାଟରେ ପିଣ୍ଟୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି।