ଭଦ୍ରକ,୨୧ା୮(ସନାତନ ରାଉତ): ଭଦ୍ରକ ୧୬ ନଂ ଜାତୀୟ ରାଜପଥର ନଳାଙ୍ଗ ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଭୋର୍ ସମୟରେ ଏକ ଗୋରୁ ଗାଡ଼ିକୁ ଜାଳି ଦେଇଛନ୍ତି ଗୋ’ ରକ୍ଷକ l ୧୨ଟି ଗୋରୁ ଉଦ୍ଧାର କରିଛି ଗ୍ରାମାଞ୍ଚଳ ପୋଲିସ ସୂଚନା ମୁତାବକ ଯାଜପୁର ଜିଲା ପାଣିକୋଇଲି ଅଞ୍ଚଳରୁ ଏକ ଛୋଟ ପିକ୍ଅପ୍ରେ ୧୨ଟି ଗୋରୁ ବୋଝେଇ ହୋଇ ଭଦ୍ରକ ଅଭିମୁଖେ ଆସୁଥିଲା। ବିଶେଷ ସୂତ୍ରରୁ ଖବର ପାଇ ଗୋରକ୍ଷକମାନେ ନଳାଙ୍ଗ ନିକଟରେ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଗାଡ଼ିରେ ଥିବା ଡ୍ରାଇଭର ଓ ସହଯୋଗୀ ସେମାନଙ୍କୁ ଆକ୍ରମଣ କରିଥିଲେ। ବଚସା ହେବା ପରେ ଗୋ’ ରକ୍ଷକ ଗାଡ଼ିରୁ ଗୋରୁଗୁଡ଼ିକୁ ଓହ୍ଲାଇ ଦେଇ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଡ୍ରାଇଭର ଓ ସହଯୋଗୀ ମୌକା ଦେଖି ଫେରାର ହୋଇଯାଇଥିଲେ।ଦମକଳ ପହଞ୍ଚି ନିଆଁ ଲିଭାଇଥିଲା। ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଗୋରୁମାନଙ୍କୁ ବାଲେଶ୍ୱର ଜିଲା ମାଇତାପୁର ଗୋ’ଶାଳାରେ ଛାଡ଼ିବା ପାଇଁ ବ୍ୟବସ୍ଥା କରୁଛି।