Negative test result by using rapid test device for COVID-19 virus, novel coronavirus 2019 found in Wuhan, China
ମୁମ୍ବାଇ, ୨୪ା୧୧: ମହାରାଷ୍ଟ୍ର ସରକାର ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ଗୋଆବାସୀଙ୍କ ଯାତ୍ରା ଉପରେ ସୋମବାର କଟକଣା ଲଗାଇଛନ୍ତି। କରୋନା ଆର୍ଟିପିସିଆର୍ ନେଗେଟିଭ୍ ସାର୍ଟିଫିକେଟ ବିନା ଏହି ରାଜ୍ୟବାସୀ ମହାରାଷ୍ଟ୍ର ଯାତ୍ରା କରିପାରିବେ ନାହିଁ। ଏହି ସବୁ ରାଜ୍ୟରେ ଏଷବ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ବିମାନ ଯାତ୍ରାର ୭୨ ଘଣ୍ଟା ଓ ରେଳଯାତ୍ରାର ୯୬ ଘଣ୍ଟା ମଧ୍ୟରେ ନେଗେଟିଭ୍ ସାର୍ଟିଫିକେଟକୁ ବାଧ୍ୟତାମୂଳକ କରାଯାଇଛି। ଅନ୍ୟ ଗାଡ଼ିମୋଟରରେ ଯାତ୍ରାକରୁଥିବା ବ୍ୟକ୍ତି ଚେକ୍ପୋଷ୍ଟରେ ସ୍କ୍ରିନିଂ କରିବା ବାଧ୍ୟତାମୂଳକ। ପଜିଟିଭଥ ଚିହ୍ନଟ ହେଲେ କୋଭିଡ୍ କେୟାର୍ରେ ସେମାନଙ୍କୁ ଭର୍ତ୍ତି କରାଯିବ ବୋଲି ମହାରାଷ୍ଟ୍ର ସରକାର ବିଜ୍ଞପ୍ତିରେ କହିଛନ୍ତି।