Test tube with blood sample for COVID-19 test, novel coronavirus 2019 found in Wuhan, China
ବେଙ୍ଗାଲୁରୁ,୧୨।୭: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆସନ୍ତା ୧୫-୩୦ ଦିନ ମଧ୍ୟରେ କର୍ନାଟକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଗୁଣା ବୃଦ୍ଧି ପାଇପାରେ ବୋଲି କହିଛନ୍ତି କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି. ଶ୍ରୀରାମୁଲୁ। ସେ କହିଛନ୍ତି ଆସନ୍ତା ୨-୩ ମାସ କରୋନାକୁ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇ ପଡିବ। ତେବେ ଲୋକେ ଏହି କରୋନାକୁ ଭୟ ନ କରି ବରଂ ଏହାପାଇଁ ଯେଉଁସବୁ ନିୟମ ରହିଛି ତାହା ପାଳନ କରିବା ଜରୁରୀ ବୋଲି ଭାବି ନିଅନ୍ତୁ। ଟୁଇଟ୍ କରି ସ୍ବାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏବେ କର୍ନାଟକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬ ହଜାର ୨୧୬ରେ ପହଞ୍ଚିଥିବା ବେଳେ ୬୧୩ ଜଣଙ୍କର ମୃତ୍ୟୁ ହୋଇଛି।