Categories: Home Leftଖେଳ

କୋଭିଡ୍‌ ମାମଲାରେ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ ଆଇସିସି କମିଟି

ଦୁବାଇ, ୧୧ା୧୦: ଟି୨୦ ବିଶ୍ୱକପ୍‌ ବେଳେ କୌଣସି ଦଳ କୋଭିଡ୍‌ ମାମଲାରେ ପ୍ରଭାବିତ ହେଲେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଗଠିତ କମିଟି ସମ୍ପୃକ୍ତ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ। ଦ୍ୱିପାକ୍ଷିକ ମୁକାବିଲାରେ କୌଣସି ସଦସ୍ୟ ରାଷ୍ଟ୍ର ଏକତରଫା ନିଷ୍ପତ୍ତି ନେଇପାରିବ ନାହିଁ। ଆଇସିସିର  ସିଇଓ ଜିଓଫ୍‌ ଆଲାରଡିସ୍‌ ଏହା ସ୍ପଷ୍ଟ କରିଛନ୍ତି। ଆଇସିସି ଇତିମଧ୍ୟରେ କେତେଜଣ ମେଡିକାଲ ଏକ୍ସପର୍ଟଙ୍କୁ ନେଇ ଏକ କମିଟି ଗଠନ କରିସାରିଛି। ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)ର ଅଭିଜିତ୍‌ ସାଲ୍‌ଭି ଏହି କମିଟିର ଅନ୍ୟତମ ସଦସ୍ୟ ରହିଛନ୍ତି। ଇଭେଣ୍ଟ ବେଳେ ପ୍ରତ୍ୟେକ ଟିମ୍‌କୁ ଦୁଇଟି ଡିଆରଏସ୍‌ ରେଫରାଲ ପାଇଁ ଅନୁମତି ରହିବ।