କେଜ୍‌ରିଓ୍ବାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୨।୩: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦିଲ୍ଲୀର ଏକ ଅଦାଲତ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ରେ ଦିଲ୍ଲୀର ଦ୍ୱାରକାରେ ଜନସାଧାରଣଙ୍କ ଅର୍ଥର ଦୁରୁପଯୋଗ କରି କେଜ୍‌ରିଓ୍ବାଲଙ୍କର ହୋର୍ଡିଂ ଲଗାଯାଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଆପ୍‌ ମୁଖ୍ୟଙ୍କ ବିରୋଧରେ ମାମଲା ରୁଜୁ ହେଉ ବୋଲି ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟଙ୍କ ନିକଟରେ ଏକ ଆବେଦନ ଦାଖଲ ହୋଇଥିଲା। ମଙ୍ଗଳବାର ଏହି ଆବେଦନର ଶୁଣାଣିକରି ଅଦାଲତ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।