ନୂଆଦିଲ୍ଲୀ,୯ା୩: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଏକ ଅଦାଲତ ସୋମବାର ଆକ୍ଟିଭିଷ୍ଟ ଶର୍ଜିଲ ଇମାମ୍ଙ୍କୁ ୧୦ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଭାଇ ବାହାଘରରେ ଯୋଗଦେବା ପାଇଁ ଶର୍ଜିଲ ୬ ସପ୍ତାହ ଜାମିନରେ ଯିବାକୁ ଅଦାଲତରେ ଆବେଦନ କରିଥିଲେ।
ଅତିରିକ୍ତ ଦୌରା ଜଜ୍ ସମୀର ବାଜପାୟୀ ଏହାକୁ ବିଚାରକୁ ନେଇ ତାଙ୍କୁ ମାର୍ଚ୍ଚ ୨୦ରୁ ୩୦ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ସୂଚନାଯାଗ୍ୟ, ୨୦୨୦ ଫେବୃଆରୀରେ ଉତ୍ତରପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗାରେ ୫୩ ଜଣଙ୍କ ଜୀବନ ଯିବା ସହ ୭୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ।
ନାଗରିକତ୍ୱ (ସଂଶୋଧନ) ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି) ପ୍ରତିବାଦରେ ବିକ୍ଷୋଭ ଚାଲିଥିବାବେଳେ ଏଭଳି ହିଂସାକାଣ୍ଡ ଘଟିଥିଲା।