ମୋହନା,୨।୧୨( ମନ୍ମଥ ମିଶ୍ର ): ଗଞ୍ଜେଇ ଚୋରା ଚାଲାଣ ବେଳେ ଆନ୍ଧ୍ରପ୍ରଦେଶ ପୋଲିସ ଦ୍ୱାରା ଧରାପଡ଼ି ଜେଲ ଯାଇ ବେଲରେ ଆସିଥିଲେ। ପରେ କୋର୍ଟର ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ହାଜର ନ ହେବା କାରଣରୁ ଅଭିଯୁକ୍ତଙ୍କୁ ଆନ୍ଧ୍ରପ୍ରଦେଶର ଏକ କୋର୍ଟ ପଳାତକ ଘୋଷଣା କରିବା ସହିତ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି।
ପୁଲିସର ସୂଚ଼ନା ମୁତାବକ ଅଡ଼ବା ଥାନା ଅନ୍ତର୍ଗତ ଅଡ଼ବା ଗ୍ରାମର ଦଣ୍ଡପାଣି ନାୟକଙ୍କ ପୁଅ ମହେଶର ନାୟକ(୨୫)୨୦୧୬ମସିହାରେ ଗଞ୍ଜେଇ ବକ୍ରି କରିବା ଉଦ୍ଦେଶ୍ୟରେ ଆନ୍ଧ୍ରପ୍ରଦେଶ ଯାଇଥିବା ବେଳେ ପାର୍ବତୀପୁରମ ଟାଉନ ଥାନା ପୋଲିସ ଦ୍ବାରା ଧରା ପଡ଼ି ଗିରଫ ହୋଇ ଜେଲ ଯାଇଥିଲେ। ଜେଲରେ କିଛି ବର୍ଷ ରହିବା ପରେ ଗତ ତିନି ବର୍ଷ ହେବ ବେଲରେ ଆସିଥିଲେ। କୋର୍ଟର ବାରମ୍ବାର ନିର୍ଦ୍ଦେସ ସତ୍ତ୍ୱେ ସେ କୋର୍ଟରେ ହାଜର ନ ହେବାରୁ ମାନ୍ୟବର କୋର୍ଟ ମହେଶ୍ୱରଙ୍କୁ ପଳାତକ ଘୋଷିତ କରି ୱାରେଣ୍ଟ ଜାରି କରିଛନ୍ତି। ପାର୍ବତୀପୁରମ ଥାନା କେଶ ନମ୍ବର ୧୬୯/୨୦୨୧୬ରେ ମହେଶ୍ୱର ୮(ସି), ଆର.ଡବ୍ଳୁ୨୦(ବି)(ଆଇଆଇ)ଏନଡିପିଏସ ଆକ୍ଟଅନୁସାରେ ନାମରେ ମାମଲା ରୁଜ୍ଜୁ ହୋଇଥିଲା। ବ୍ୟକ୍ତିଙ୍କୁ ଯେ କେହି ଦେଖନ୍ତି ତେବେ ଇନ୍ସପେକ୍ଟର ଇନ ଚାର୍ଜ ପାର୍ବତୀପୁରମ ଟାଉନ ଥାନା ଫୋନ ନମ୍ବର ୯୧୨୧୧୦୯୪୬୭ ବା ସବଇନ୍ସପେକ୍ଟର ଟାଉନ ଥାନା ପାର୍ବତୀପୁରମ ୮୩୪୧୫୧୭୪୩୨ରେ ଜଣାଇବାକୁ ଥାନା ପକ୍ଷରୁ ଅନୁରୋଧ କରାଯାଇଛି।
Dharitri – Odisha’s No.1 Odia Daily