ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା କାର୍‌, ଦମ୍ପତି ମୃତ

ହରଭଂଗା,୩।୭( ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜ଼ୀଲା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ରମ୍ଭିକଟା ଟୋଲ ଗେଟ୍‌ଠାରେ ଘଟିଛି ବଡ଼ ଦୁର୍ଘଟଣା। ଗେଟ୍‌ଠାରେ ଠିଆ ହୋଇଥିବା ଟ୍ରକକୁ ଏକ କାର ଧକ୍କା ଦେବା ଫଳରେ ୨ଜଣ କର ମୃତ୍ୟୁ ଘଟିଛି।

ସୂଚନା ମୁତାବକ ନୂଆପଡା ଜ଼ୀଲା କୁରୁମପୁରି ହାଇ ସ୍କୁଲରେ ଥିବା ପ୍ରଧାନ ଶିକ୍ଷକ ରାଜକିଶୋର ସାହୁ ସ୍ତ୍ରୀ ସହ ନିଜ ଗାଁ ନୟାଗଡ଼ ଜିଲା ଗଣିଆକୁ କାର ଯୋଗେ ଯାଉଥିବା ବେଳେ ଜାତୀୟ ରାଜପଥର ରମ୍ଭିକଟା ଟୋଲ ଗେଟଠାରେ ବୁଧବାର ରାତିରେ ଟ୍ରକକୁ କାର ଧକ୍କା ଦେଇଥିଲା । ଫଳରେ ଶିକ୍ଷକ ଓ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇଁ ବୌଦ୍ଧ ପୋଲିସ ପହଁବି ମୃତଦେହକୁ ଜବତ କରି ପୋଷ୍ଟମଟର୍ମ ପାଇଁଁ ବୌଦ୍ଧ ମେଡିକାଲକୁ ପଠାଇଛି।

Share