ଚଳନ୍ତା ଟ୍ରେନ୍‌ରେ ଯୁବତୀଙ୍କୁ ସିନ୍ଦୁର ପିନ୍ଧାଇଲେ ଯୁବକ, ଆଉ ତା’ପରେ

ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥାଏ। ତେବେ ବର୍ତ୍ତମାନ ଚଳନ୍ତା ଟ୍ରେନ୍‌ରେ ବିବାହ ଭିଡିଓ ଭାଇରାଲ ହେଉଛି। ଯାହାକୁ ନେଇ ଏକ ଯୋଡି ଚର୍ଚ୍ଚାକୁ ଆସିଛନ୍ତି। ତେବେ ଏହି ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ଏକ ଚଳନ୍ତା ଟ୍ରେନ୍‌ରେ ପ୍ରଥମେ ଜଣେ ଯୁବକ ଯୁବତୀଙ୍କ ମଥାରେ ସିନ୍ଦୁର ପିନ୍ଧାଉଛନ୍ତି। ପରେ ତାଙ୍କୁ ମଙ୍ଗଳସୂତ୍ର ପିନ୍ଧାଉଛନ୍ତି। ଶେଷରେ ମାଳା ବଦଳାବଦଳି ହୋଇ ବିବାହ ଶେଷ ହେଉଛି। ଯୁବତୀ ଜଣଙ୍କ ଯୁବକଙ୍କ ପାଦଧୂଳି ନେଉଛନ୍ତି। ଟ୍ରେନ୍‌ରେ ଲୋକାଙ୍କ କୋଳାହଳ ଭିତରେ ଏହି ବିବାହ ହେଉଛି।

Share
Tags: Viral vedio