କାଉନ୍ସିଲରଙ୍କ ଘର କାନ୍ଥ ଭୁଶୁଡିବା ଘଟଣା: ପରିବାରକୁୁ ଭେଟିଲେ ବିଧାୟକ

ଗଞ୍ଜାମ,୨୮।୧୦(ବିଦ୍ୟାଧର ସାହୁ ): ବାତ୍ୟା ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ବର୍ଷା ଜାରି ରହିଛି । ତୁହାକୁତୁହା ବର୍ଷା ଯୋଗୁ ମଙ୍ଗଳବାର ଗଞ୍ଜାମ ଏନ୍‌ଏସି ୱାର୍ଡ ନମ୍ବର ୯ ବରପଲ୍ଲୀ ଗ୍ରାମର କାଉନ୍ସିଲର ସ୍ବାଗତ ଆଶିଷ ନାୟକଙ୍କ ଘର କାନ୍ଥ ଭୁଶୁଡି ପଡ଼ିଥିଲା। ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଅପରାହ୍ନରେ କାଉନ୍ସିଲରଙ୍କ ପରିବାରଙ୍କୁ ଭେଟି ସହାୟତା ପ୍ରଦାନ କରିଥିଲେ। ବିଡିଓ ଅଚ୍ୟୁତାନନ୍ଦ ଯାନୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଇଓ ଅପର୍ଣ୍ଣା ଡାଙ୍ଗୁଆ,ଭାଜପା ନଗର ସଭାପତି ଭଗବାନ ପ୍ରଧାନ,ବିଧାୟକ ପ୍ରତିନିଧି ରାନୁ ବୈଠାରୁ ପ୍ରମୁଖ ଉପସ୍ଥିତ ଥିଲେ ।

Dharitri – Odisha’s No.1 Odia Daily

Share
Tags: ganjam