ଘରୁ ବାହାରି ପହଞ୍ଚି ପାରିଲେନି, ରାସ୍ତାରେ ଚାହିଁ ରହିଥିଲା…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥର ଧାନବେଣି ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତାକଡ଼ ସୁରକ୍ଷା ବାଡ଼କୁ ଧକ୍କା ଦେଇଥିଲା। ଫଳରେ ଜଣେ ବାଇକ ଆରୋହିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଝାରଖଣ୍ଡ ବାରୁଆରୁଆ ଥାନା ଅବରାଟୋଲା ଗ୍ରାମର ଇମାମ ସେକ। ସେ
ରାଜମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ବେଳେ କୌଣସି କାମରେ ବାଇକ ଯୋଗେ ପାଟଣା ବଜାରକୁ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।