ବରଗଡ଼,୧୨ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶୁକ୍ରବାର ସହର ଉପକଣ୍ଠ କଟାପାଲି କେନାଲ ରାସ୍ତାରେ ବିପୁଳ ପରିମାଣରେ କଫ୍ ସିରପ୍ ଜବତ କରିଛି। ଏହା ସହିତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ବରଗଡ଼ ସହର ବିଶିପଡ଼ାର ସୁରଜଲ ନାଗ(୨୦) ଏବଂ ଖଲିଆପାଲି କେନାଲପଡ଼ାର ସିକ୍ରେଟି ଚୌଧୁରୀ (୨୯)। ସେମାନଙ୍କ ପାଖରୁ ୨୭୦୦ ବୋତଲ କଫ୍ ସିରପ୍ ସହିତ ୨ଟି ସ୍କୁଟି, ଗୋଟିଏ ମୋବାଇଲ ଜବତ ହୋଇଛି। ତେବେ କଫ୍ ସିରପ ଚାଲାଣରେ ବ୍ୟବହୃତ ପିକ୍ଅପ୍ ଭ୍ୟାନ୍ ସହିତ ଅନ୍ୟ କେତେକ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ପୋଲିସ ସେମାନଙ୍କୁ ଧରିବା ପାଇଁ ବ୍ୟାପକ ତନାଘନା ଚଳାଇଛି।