ଚାଲାଣ ହେଉଥିଲା କଫ ସିରପ,ପଡ଼ିଲେ ଧରା

ବରଗଡ଼,୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ହାତରେ କଫ ସିରପ ଚାଲାଣ କାରବାର ଧରାପଡିଛି। ସୋମବାର ବରଗଡ଼ ସହର ଉପକଣ୍ଠ ତୋରାଛକ ନିକଟରେ ପୋଲିସ କଫ ସିରପ ବୋଝେଇ ହୋଇଥିବା ଏକ ଟାଟା ଏସିଇ ଗାଡି(ନଂ-ଓଡି୧୭ଏସି ୫୦୧୬)କୁ ଜବତ କରିଛି। ସେଥିରେ ରହିଥିବା ୮୩୧ ବୋତଲ କଫ ସିରପ ଜବତ ହୋଇଛି। ଏହି ଘଟଣାରେ ପୋଲିସ ତୋରା ଗ୍ରାମର ମନୋଜ ସ୍ବାଇଁ(୨୭) ଏବଂ ଜୀବନ ସ୍ବାଇଁ(୩୨)ଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ପୋଲିସ ଏକ ମାମଲା (୨୦୮/୨୫) ରୁଜୁ କରିଛି।