ନରସିଂହପୁର ପଞ୍ଚାୟତରେ ଦୁର୍ନୀତି, ଭିଜିଲାନ୍ସ ତଦନ୍ତ ଆରମ୍ଭ

ପଟ୍ଟାମୁଣ୍ଡାଇ,୬ା୪(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନ ନରସିଂହପୁର ପଞ୍ଚାୟତରେ ସରକାରୀ ଅନୁଦାନ ଅର୍ଥ ବ୍ୟାପକ ଭାବେ ବାଟମାରଣା ହୋଇଥିବା ଅଭିଯୋଗ ହୋଇଥିଲା ା ଏହାର ଭିଜଲାନ୍ସ ତଦନ୍ତ ଆରମ୍ଭ ହୋଇଛି। ବିଦ୍ୟାଳୟ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ନାମରେ ସର୍ବାଧିକ ବିଲ ଉଠା ହୋଇଥିବା ବେଳେ ପ୍ରକଳ୍ପ ନ ଥାଇ ମିଥ୍ୟା ବିଲ୍‌, ଗୋଟିଏ ପ୍ରକଳ୍ପ ନାମରେ ଏକାଧିକବାର ବିଲ୍‌ ପୈଠ କରାଯାଇ ଅଢେଇ ବର୍ଷ ମଧ୍ୟରେ ୨ କୋଟି ୭୬ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଅର୍ଥ ଖର୍ଚ୍ଚ କରାଯାଇଛି । ସେହିପରି ୫ ବର୍ଷରେ ଖର୍ଚ୍ଚ ହୋଇଛି ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା । ପଞ୍ଚାୟତର ସମିତି ସଭ୍ୟା ରାଜଲକ୍ଷ୍ମୀ ବେହେରା,ବରିଷ୍ଠ ୱାର୍ଡ ସଭ୍ୟ ଅନୀଲ ମଳିକ ଓ ସଭ୍ୟା ମାନସୀ ପ୍ରିୟଦର୍ଶିନୀ, ସୂଚନା କର୍ମୀ ଧନଞ୍ଜୟ ଦାସ ନରସିଂହପୁର ପଞ୍ଚାୟତରେ ହୋଇଥିବା ଦୁର୍ନୀତକୁ ଲୋକ ଲୋଚନକୁ ଆଣିଥିଲେ । ପଞ୍ଚାୟତ ଦୁର୍ନୀତିର ତଦନ୍ତ ଭାର କେନ୍ଦ୍ରପଡ଼ା ଭିଜିଲାନ୍ସ ନେଇଥିବା ବେଳେ ଭିଜିଲାନ୍ସ ଡ଼ିଏସପି ଭାଗ୍ୟଲକ୍ଷ୍ମୀ ପୁହାନଙ୍କ ନେତୃତରେ ତଦନ୍ତ ଆରମ୍ଭ ହୋଇଛି ।
ଏହି ପଞ୍ଚାୟତରେ ଡ୍ରେନ ନିର୍ମାଣ ନାମରେ ମଧ୍ୟ ବ୍ୟାପକ ସରକାରୀ ଅନୁଦାନ ଅର୍ଥ ଚଲୁ ହୋଇଛି । ଅଢାଖଣ୍ଡ ଗ୍ରାମର ତପନ ଦାସଙ୍କ ଘରଠାରୁ ୧୫ ନଂ. କେନାଲ ପର୍ଯ୍ୟନ୍ତ ଏକ ପୁରାତନ ଡ୍ରେନକୁ ଦେଖାଇ ନୂଆ ପ୍ରକଳ୍ପ ନାମରେ ୩ ଥର ବିଲ୍‌ ହୋଇଛି । ଏହି ସମସ୍ତ ବିଲ୍‌ ଗୋଟିଏ ଆର୍ଥତ୍କ ବର୍ଷରେ ପୈଠ ହୋଇଛି। ପ୍ରଥମେ ୨ ଲକ୍ଷ ଟଙ୍କା ୨ୟରେ ୬୩ ହଜାର ୭୦୨ ଟଙ୍କା ଓ ୩ୟରେ ୩୬ ହଜାର ୨୯୮ ଟଙ୍କା ମିଥ୍ୟା ବିଲ୍‌ ପୈଠ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ଅଠରବାଟିଆ ଗ୍ରାମର ମହାରଣା ସାହି ନିକଟରେ ଡ୍ରେନ ନାମରେ ୭୦ ହଜାର ୯୫୪ ଟଙ୍କାର ବିଲ୍‌ ପୈଠ କରାଯାଇଛି। ସେହି ଗ୍ରାମର ଉତ୍ତମ ସେଠୀଙ୍କ ଘର ପାଖରେ ଥିବା ନଳକୂପର ଡ୍ରେନ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର ବିଲ୍‌ ପୈଠ ହୋଇଛି । ମଠସାହି ଗ୍ରାମରେ ମଠସାହି କ୍ଳବ୍‌ ଠାରୁ ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ୨ ଲକ୍ଷ ୮୧ ହଜାର ଟଙ୍କାର ଡ୍ରେନ ହୋଇଥିବା ଦର୍ଶାଇ ମିଥ୍ୟା ବିଲ୍‌ ପୈଠ କରାଯାଇଛି । ସେହିପରି ଅଇନିପଡ଼ା ଗ୍ରାମରେ ସ୍କୁଲଠାରୁ ୧୫ ନମ୍ବର କେନାଲ ପର୍ଯ୍ୟନ୍ତ ୧ ଲକ୍ଷ ୨୦ ହଜାର ୧୭୭ ଟଙ୍କାର ଡ୍ରେନ ନିର୍ମାଣ ପ୍ରକଳ୍ପ ନାମରେ ବିଲ୍‌ ପୈଠ କରାଯାଇଛି। ସେହି ଗ୍ରାମର ପୃଷ୍ଟି ଘର ପାଖରୁ ନଳକୂପ ଯାଏ ୧ ଲକ୍ଷ ୫୦ ହଜାର ଟଙ୍କାର ଡ୍ରେନ ପ୍ରକଳ୍ପ ନାମରେ ବିଲ୍‌ ହୋଇଛି । ସେହି ଗ୍ରାମର ସୁବଳ ପାଢ଼ୀ ଘର ଠାରୁ ଅଙ୍ଗୱାଡ଼ି କେନ୍ଦ୍ର ପର୍ଯ୍ୟନ୍ତ ଡ୍ରେନ ନାମରେ ୧ ଲକ୍ଷ ଟଙ୍କାର ବିଲ୍‌ ହୋଇଛି। ନରସିଂହପୁର ଗ୍ରାମରେ ଜଗନ ନାୟକ ଘର ଠାରୁ ନାଉରୀ ନାୟକ ଘର ପଯର୍‌ୟ‘ ୯୨ ହଜାର ୭୬୧ ଟଙ୍କାର ଡ୍ରେନ ପ୍ରକଳ୍ପ ପାଇଁ ବିଲ୍‌ ପୈଠ କରାଯାଇଛି। ସେହିପରି ଅଠରବାଟିଆ ମହାରଣା ସାହି ନିକଟରେ ଏକ ୪୪ ହଜାର ୭୭୮ ଟଙ୍କାର କର୍ଲଭାର୍ଟ ନାମରେ କୌଣସି କାଯର୍‌ୟ ନହୋଇ ମି୍ଯଯା ବିଲ୍‌ ପୈଠ ହୋଇଥିବା ଅଭିଯୋଗ ହୋଇଛି । ମଠସାହି ଗ୍ରା.ପ. ପୋଖରୀ ଠାରୁ କେନାଲ ବନ୍ଧ ପର୍ଯ୍ୟନ୍ତ ଏକ କଲ୍‌ଭଟ ନାମରେ ଆଦୌ କାମ ନ ହୋଇ ମିଥ୍ୟା ବିଲ୍‌ ପୈଠ ହୋଇଥିବା ଅଭିଯୋଗ ହୋଇଛି । ନାଗେଶ୍ୱର ମନ୍ଦିର ଠାରୁ ନିର୍ମଳ ଶତପଥୀ ଘର ପର୍ଯ୍ୟନ୍ତ ନୂଆ ପାଣି ପାଇପ ଲାଇନ୍‌ ବିଛା ଯାଇଛି ଦର୍ଶାଇ ୩ ଲକ୍ଷ ବିଲ୍‌ ହୋଇଛି । ସେହିପରି ଅଇନିପଡା ଗ୍ରାମରେ ପାଇପ ଲାଇନ୍‌ ମରାମତି ପାଇଁ ୧ ଲକ୍ଷ ଟଙ୍କା ବିଲ୍‌ ପୈଠ କରାଯାଇଛି। ଗ୍ରାମାଞ୍ଚଳ ପାର୍କ କାର୍ଯ୍ୟକ୍ଷମ ହୋଇ ନ ଥିବା ବେଳେ ଉନ୍ନତିକରଣ ପାଇଁ ୧ ଲକ୍ଷ ଓ ଗ୍ରାମାଞ୍ଚଳ ପାଠାଗାର ଉପକରଣ କିଣାଯିବାକୁ ୪ ଲକ୍ଷ ୫୦ ଟଙ୍କା ବିଲ୍‌ ହୋଇଛି । ସେହିପରି ପୁରୁଷୋମ ମହାନ୍ତିଙ୍କ ଘର ଠାରୁ ଗଣେଶ ସାମଲ ଘର ପର୍ଯ୍ୟନ୍ତ ଫେବର୍‌ ବ୍ଲକ ରାସ୍ତା ସହିତ ଡ୍ରେନ ନିର୍ମାଣ ପାଇଁ ବିଲ୍‌ ହୋଇଛି । କିନ୍ତୁ ୨୦୨୧-୨୨ ଆର୍ଥତ୍କ ବର୍ଷରେ ଏହି ପ୍ରକଳ୍ପ ପାଇଁ ୫୩ ହଜାର ୧୫୮ ଟଙ୍କା ବିଲ୍‌ ପୈଠ ହୋଇଥିଲା । ୨୦୨୨-୨୩ ଆର୍ଥତ୍କ ବର୍ଷରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଟେବୁଲ ଚେୟାର କିଣା ଯିବାକୁ ୧ ଲକ୍ଷ ୧୬ ହଜାର ଟଙ୍କା ବିଲ୍‌ ହୋଇଥିଲେ ହେଁ ଅନୁଦାନ ଅର୍ଥ ହଡପ ହୋଇଥିବା ଅଭିଯୋଗ ହୋଇଛି । ପାନୀୟ ଜଳ ଓ ଉନ୍ନତିକରଣ ପାଇଁ ମଧ୍ୟ ୧ ଲକ୍ଷ ୧୬ ହଜାର ୧୧୬ ଟଙ୍କା ବିଲ୍‌ ହୋଇଛି କିନ୍ତୁ, ୨୦୨୧-୨୨ ଆର୍ଥତ୍କ ବର୍ଷରେ ପାନୀୟ ଜଳ ପାଇଁ ୮୨ ହଜାର ୫୪୯ ଟଙ୍କା ବିଲ୍‌ ହୋଇଥିଲା। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଗ୍ରା. ପ. ଅଫିସ ଉନ୍ନତିକରଣ ପାଇଁ ୨ ଲକ୍ଷ ୮୪ ହଜାର ୪୬୩ ଟଙ୍କା ମଧ୍ୟ ବିଲ୍‌ ହୋଇଥିଲା। ୨୦୨୨-୨୩ ଆର୍ଥତ୍କ ବର୍ଷରେ ପଛପଡା ଅଙ୍ଗନଓ୍ବାଡ଼ି କେନ୍ଦ୍ରର ଉନ୍ନତି ପାଇଁ ୭୨ ହଜାର ୪୨୬ ଟଙ୍କା ବିଲ୍‌ ହୋଇଛି। ଅଠରବାଟିଆ ଅଗିରା ଦାଣ୍ଡ ରେ ଥିବା ପୁରାତନ ପୋଖରୀ ପୁନରୁଦ୍ଧାର ନାମରେ ୨ ଲକ୍ଷ ଟଙ୍କା ବିଲ୍‌ ପୈଠ କରାଯାଇଥିବା ବେଳେ, ଅଠରବାଟିଆ ସେଠୀ ସାହି ପୋଖରୀ ଖନନ ନାମରେ ୧ ଲକ୍ଷ ୧୦ ହଜାର ଟଙ୍କା ବିଲ୍‌ ପୈଠ ହୋଇଛି।