CORONAVIRUS UPDATE: ଆଉ ନୂଆ ୧୪୬ ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦କୁ ବୃଦ୍ଧି

ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ପୁଣି ୧୪୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ଜଗତ୍‌ସିଂହପୁରରୁ ୮ଜଣ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝର ୨, କଟକ ୨, ଖୋର୍ଦ୍ଧା ୧୯, ନୟାଗଡ଼ ୩, ମୟୂରଭଞ୍ଜ ୩, କଳାହାଣ୍ଡି ୩, କନ୍ଧମାଳ ୨, ଗଞ୍ଜାମରୁ ୧୮, ଦେବଗଡ଼ରୁ ୫, ସୁନ୍ଦରଗଡ଼ରୁ ୭, କେନ୍ଦ୍ରାପଡ଼ା ୨, ବାଲେଶ୍ୱର ୭ ଓ ମାଲକାନଗିରି, ଯାଜପୁର, ଢେଙ୍କାନାଳ, ବଲାଙ୍ଗୀରରୁ ଜଣେ ଲେଖାଏ ଆକ୍ରନ୍ତ ଅଛନ୍ତି।
ଏହାସହ ଅମ୍ଫାନ ମୁକାବିଲା ଲାଗି ପଶ୍ଚିମବଙ୍ଗ ଯାଇଥିବା ଏନ୍‌ଡିଆର୍‌ଏଫ୍‌ ଓ ଓଡ୍ରାଫ୍‌ ଟିମ୍‌ର ୬୧ ଜଣ ଅଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩,୧୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୩୬ ଚିକିତ୍ସାଧୀନ ଅଛନ୍ତି। ୧୯୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ ଦସ୍ତାବିଜ୍‌ରେ ଜମି ଠକେଇ: ଅବସରପ୍ରାପ୍ତ ବିଏମ୍‌ସି କର୍ମଚାରୀଙ୍କ ସମେତ ୩ ଗିରଫ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ଜାଲ ଦସ୍ତାବିଜ ଜରିଆରେ ଜମି ଠକେଇ କରିବା ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ...

୫ଜଣଙ୍କୁ ମିଳିଲା ‘ଧର୍ମପଦ ପୁରସ୍କାର’

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ):ଓଡ଼ିଶା ଲଳିତ କଳା ଏକାଡେମୀର ସର୍ବୋଚ୍ଚ ତଥା ମର୍ଯ୍ୟାଦାଜନକ ସମ୍ମାନ ‘ଧର୍ମପଦ ପୁରସ୍କାର’ ୫ବର୍ଷ ପାଇଁ ୫ଜଣଙ୍କୁ ପ୍ରଦାନ କରାଯାଇଛି। ସେହିଭଳି ୨୫ଜଣ ବୟୋଜ୍ୟେଷ୍ଠ ଶିଳ୍ପୀଙ୍କୁ...

ମରୁଡି ଘୋଷଣା ଦାବି, ବୋଡେନ ବ୍ଲକ ଭାଜପାର ତହସିଲ ଅଫିସ ଘେରାଉ

ନୂଆପଡା ଅଫିସ/ବୋଡେନ,୩୦ା୭: ନୂଆପଡା ଜିଲା ପ୍ରତିବର୍ଷ ମରୁଡି କବଳିତ ହେଉଥିବାବେଳେ ଏଠାରେ ଚାଷୀଙ୍କ ଗୁହାରି ଶୁଣିବାକୁ କର୍ତ୍ତୃପକ୍ଷ ହେଳା କରୁଥିବା ଅଭିଯୋଗ କରି ବୋଡେନ ବ୍ଲକ...

ଘାତକ ହେଉଛି ସହରାଞ୍ଚଳ ପ୍ରଦୂଷଣ

ଭୁବନେଶ୍ୱର, ୫ା୬(ବ୍ୟୁରୋ): ବଡ଼ ବଡ଼ ସହରରେ ଏବେ ନିଃଶ୍ୱାସ ପ୍ରଶ୍ୱାସ ନେବା ପ୍ରାଣଘାତକ ହେଲାଣି। ସହରାଞ୍ଚଳରେ ଆଉ ବିଶୁଦ୍ଧ ବାୟୁ ଟିକେ ମିଳିବ ନାହିଁ। ହୁ...

୩ ମାସରେ ଆସିବ ୩ ଲହର: ଚାଇନାକୁ ଚେତାବନୀ…

ବେଜିଂ,୨୧।୧୨ : ଚାଇନାରେ କରୋନା ସଂକ୍ରମଣ କାୟା ବିସ୍ତାର କରୁଛି। ହଂକଂ ପୋଷ୍ଟର ଖବର ଅନୁଯାୟୀ ଚାଇନା ସରକାର କରୋନା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଭାବେ...

ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୫: କରୋନା ସଙ୍କଟକୁ ନେଇ ଏବେ ଦେଶରେ ଚାଲିଛି ଲକ୍‌ଡାଉନ ୩.୦। ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହି...

ଡାକ୍ତର ପଦବୀ ପୂରଣ ଉପରେ ଗୁରୁତ୍ୱ

ଲାଠୋର,୨୯ା୭ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି(ଆରକେଏସ୍‌)ର ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। କମିଟି ଚେୟାରମ୍ୟାନ...

ପୋଲିସ ଡ୍ରେସ୍‌ ପିନ୍ଧି ଦୁର୍ବ୍ୟବହାର: ଧାରଣାରେ ବସିଲେ ନର୍ସ

କୋରାପୁଟ,୧୬।୭(ସ୍ବ.ପ୍ର): କୋରାପୁଟ ମେଡିକାଲ କଲେଜ ଓ ହସପିଟାଲର ପୁରୁଷ ସର୍ଜରୀ ୱାର୍ଡରେ ରବିବାର ବିଳମ୍ବିତ ରାତିରେ ୨ ଜଣ ଯୁବକ ପୋଲିସ ଡ୍ରେସ ପିନ୍ଧି ନର୍ସମାନଙ୍କୁ...

Advertisement
Archives

Model This Week