ଥମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଦିନକରେ ୭୦ ହଜାରରୁ ଅଧିକ ଚିହ୍ନଟ, ୯୬୪ ମୃତ୍ୟୁ

ନୂଆଦିଲ୍ଲୀ,୨।୧୦: ଦେଶରେ ଲଗାତାର କରୋନା ସଂକ୍ରମଣ ବଢିଚାଲିଛି। ଶୁକ୍ରବାର ପୁଣିଥରେ ଦେଶରେ ସଂକ୍ରମଣ ମାମଲା ପ୍ରାୟ ୭୦ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୦ ହଜାର ୪୯୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୯୬୪ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୬୯ ଲକ୍ଷ ୬ ହଜାର ୧୫୨ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୧ ଲକ୍ଷ ୬ ହଜାର ୪୯୦କୁ ବୃଦ୍ଧି ପାଇଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୫୯ ଲକ୍ଷ ୬ ହଜାର ୬୯ ଜଣ କରୋନାରୁ ସୁସ୍ଥ ହୋଇ ସାରିଛନ୍ତି। ଏବେ ଦେଶରେ ୮ ଲକ୍ଷ ୯୩ ହଜାର ୫୯୨ ସକ୍ରିୟ ମାମଲା ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାାଳୟ ପକ୍ଷରୁ କୁହାଯାଇଛି।