Microscopic view of Coronavirus, a pathogen that attacks the respiratory tract. Analysis and test, experimentation. Sars. 3d render
ଭୁବନେଶ୍ୱର,୬।୫(ବ୍ୟୁରୋ)-ଜଗତସିଂହପୁରକୁ ଛୁଇଁଲା କରୋନା। ବୁଧବାର ଅପରାହ୍ନରେ ଜିଲାରେ ପ୍ରଥମ କରି ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷର ସୂଚନା ମିଳିଛି। ଜଗତସିଂହପୁରରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷ ରହିଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୨୬, ୩୨, ୩୦, ୪୭ ରହିଛି। ଏମାନେ ସମସ୍ତେ ସୁରଟ ଫେରନ୍ତା ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଫେରିବା ପରେ ସେମାନଙ୍କୁ କ୍ୱାରାଣ୍ଟାଇନ୍ରେ ରଖାଯାଇଥିଲା। ତେବେ ନମୁନା ଯାଞ୍ଚ ପରେ ବୁଧବାର ସେମାନଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି। ସେହିପରି କେନ୍ଦ୍ରାପଡ଼ାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ୬୦ ବର୍ଷ ବୃଦ୍ଧ ବୋଲି ସୂଚନା ରହିଛି। ନିକଟରେ ସେ କୋଲକତାରୁ ଫେରିଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫କୁ ବୃଦ୍ଧି ହୋଇଛି।