ଚିଡ଼ିଆଖାନାରେ ୪ ସିଂହଙ୍କୁ କରୋନା

ବାର୍ସିଲୋନା, ୯।୧୨: ସ୍ପେନ୍‌ର ବାର୍ସିଲୋନା ଚିଡ଼ିଆଖାନାରେ ୪ଟି ସିଂହ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସିଂହଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିବା ଏହା ଦ୍ୱିତୀୟ ଘଟଣା। ସେମାନଙ୍କଠାରେ କରୋନା ଲକ୍ଷଣ ଦେଖାଯିବା ପରେ ନମୁନା ପରୀକ୍ଷା କରାଯାଇଥିଲା। ତେବେ ସିଂହଗୁଡ଼ିକ କିପରି ସଂକ୍ରମିତ ହେଲେ ତାହାର ତଦନ୍ତ କରାଯାଉଛି।