ଖୋର୍ଦ୍ଧାରେ ୭୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଖୋର୍ଦ୍ଧା ଅଫିସ,୨୫ା୭: ଖୋର୍ଦ୍ଧା ଜିଲାରେ ବିଏମ୍‌ସିକୁ ବାଦ୍‌ ଦେଇ ରବିବାର ୨୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ହୋମ୍‌ କ୍ବାରାଣ୍ଟାଇନ୍‌ରୁ ୧୦, ଡାଇରେକ୍ଟ କଣ୍ଟାକ୍ଟ ୧୦ ଏବଂ ଟିଏମ୍‌ସିରୁ ୬ଜଣ ରହିଛନ୍ତି। ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୨୦ରେ ପହଞ୍ଚିଛି। ରବିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩ଜଣ, ଖୋର୍ଦ୍ଧା ପୌରାଞ୍ଚଳରୁ ୩ ଏବଂ ଆଇଆର୍‌ବିଏନ୍‌ ଷଷ୍ଠ ବାଟାଲିୟନରୁ ଜଣେ ରହିଛନ୍ତି। ସେହିପରି ବାଣପୁରରୁ ୫,ବାଳକାଟି ବ୍ଲକରୁ ୭, ବାଲୁଗାଁରୁ ୫, ବେଗୁନିଆ ଓ ଟାଙ୍ଗୀ ବ୍ଲକରୁ ୨ ଜଣ ଲେଖାଏ ପଜିଟିଭ୍‌ ରହିଥିବା ବେଳେ ବାଲିପାଟଣା, ଜଟଣୀ ଏବଂ ମେଣ୍ଢାଶାଳରୁ ଜଣେ ଲେଖାଏ ପଜିଟିଭ୍‌ ରହିଛନ୍ତି।

Share