epa09935939 A man walks past police officer amid the ongoing Covid-19 lockdown in Shanghai, China, 09 May 2022. Shanghai on 09 May reported a drop in Covid-19 cases, while the city has been under strict lockdown amid China's zero-Covid policy for six consecutive weeks. EPA-EFE/ALEX PLAVEVSKI
ବେଜିଂ,୧୯।୮: ଚାଇନାର ପଶ୍ଚିମ ଭାଗରେ ଥିବା ଜିନ୍ଜିଆଙ୍ଗ ପ୍ରଦେଶରେ କୋଭିଡ୍ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଥିବାରୁ ସରକାର ସେଠାରେ ଲକ୍ଡାଉନ ଲାଗୁ କରିଛନ୍ତି। ଜିରୋ କୋଭିଡ୍ ନୀତି କାର୍ଯ୍ୟକାରୀ କରିବା ଲାଗି ଉକ୍ତ ଅଞ୍ଚଳକୁ ସରକାର ପ୍ରତିନିଧି ପଠାଇଛନ୍ତି। ବୁଧବାର ଜିନ୍ଜିଆଙ୍ଗରେ ୨,୭୭୯ କୋଭିଡ୍ ମାମଲା ଚିହ୍ନଟ ହୋଇଛି। ଫଳରେ ଉକ୍ତ ପ୍ରଦେଶକୁ ପ୍ରବେଶ ପ୍ରସ୍ଥାନ ଉପରେ କଟକଣା ଲାଗୁ କରାଯାଇଛି। ସଂକ୍ରମଣ ରୋକିବାକୁ ସେଠାରେ ଏକ ନୂଆ ଔଷଧ ‘ଏ ସି ଫୁ’ ଦିଆଯାଉଛି। ପଡୋଶୀ ତିବ୍ବତ ସ୍ବୟଂଶାସିତ ଅଞ୍ଚଳରେ ମଧ୍ୟ କୋଭିଡ୍ ମାମଲା ବଢ଼ିଚାଲିଛି। ବୁଧବାର ସେଠାରେ ୨,୯୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଫଳରେ ସେଠାରେ କୋଭିଡ୍ ପରୀକ୍ଷା ବଢ଼ାଇ ଦିଆଯାଇଛି।