କରୋନା ତାଣ୍ଡବ: ମୃତ୍ୟୁ ସଂଖ୍ୟା ଲକ୍ଷେ ଟପିଲା

ନୂଆଦିଲ୍ଲୀ, ୩।୧୦: ଭାରତରେ କରୋନା ମହାମାରୀର ତାଣ୍ଡବ ଜାରି ରହିଛି। ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ଲକ୍ଷେ ୮୪୨ରେ ପହଞ୍ଚିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୬୪ ଲକ୍ଷ ୭୩ ହଜାର ୫୪୪ ଛୁଇଁଛି। ଗତ ୨୪ ଘଣ୍ଟାରେ ୭୯ ହଜାର ୪୭୬ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ହଜାରେ ୬୯ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କରୋନା ଥମୁ ନ ଥିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୫୪ ଲକ୍ଷ ୨୭ ହଜାର ୭୦୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୯ଲକ୍ଷ ୪୪ ହଜାର ୯୯୬ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଦେଶରେ ଅକ୍ଟୋବର ୨ ସୁଦ୍ଧା ମୋଟ ୭ କୋଟି ୭୮ ଲକ୍ଷ ୫୦ ହଜାର ୪୦୩ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ଶୁକ୍ରବାର ଗୋଟିଏ ଦିନରେ ୧୧ ଲକ୍ଷ ୩୨ ହଜାର ୬୭୫ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି।

Share