ନକଲ ପାଇଁ ଅକଲ ଦରକାର, କାହିଁକି ଏମିତି କହିଲେ ଓଓ୍ବାଇସି

ନୂଆଦିଲ୍ଲୀ,୨୭।୫: ଏଆଇଏମଆଇଏମ ମୁଖ୍ୟ ତଥା ସାଂସଦ ଅସଦୁଦ୍ଦିନ ଓୱାଇସି ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିର ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ଉପରେ ଖୋଳତାଡ଼ କରିଛନ୍ତି। ଏକ ହାଇପ୍ରୋଫାଇଲ ଇଭେଣ୍ଟ ସମୟରେ ଭାରତର ଅପରେଶନ ସିନ୍ଦୁରର ଜବାବରେ ଆରମ୍ଭ ହୋଇଥିବା ଅପରେଶନ ବୁନୟାନ ଅଲ-ମାର୍ସୁସ ର ନକଲି ଫଟୋଗ୍ରାଫ ଧରିଥିବା ଦେଖାଯିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ‘ମୂର୍ଖ ଜୋକର’ ବୋଲି କୁହାଯାଉଥିଲା।
ସୂଚନାଯୋଗ୍ୟ, ଅସୀମ ମୁନିର ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କୁ ‘ଅପରେଶନ ବୁନିୟାନ ଅଲ-ମାର୍ସୁସ’ର ଏକ ଫଟୋ ଉପହାର ଦେଇଥିଲେ, ଯାହା ପ୍ରକୃତରେ ୨୦୧୯ର ଚାଇନା ସାମରିକ ଅଭ୍ୟାସର ଏକ ଫଟୋ ଥିଲା। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାରଙ୍କ ସମେତ ଶୀର୍ଷ ରାଜନୈତିକ ଏବଂ ସାମରିକ ନେତୃତ୍ୱ ଉପସ୍ଥିତ ଥିଲେ।
ଓଓ୍ବାଇସି ଏହାକୁ କଟାକ୍ଷ କରି କହିଥିଲେ, ‘ପାକିସ୍ତାନକୁ ଗମ୍ଭୀରତାର ସହ ନେବା ଉଚିତ ନୁହେଁ।’ ଏହି ଲୋକମାନେ ପ୍ରକୃତ ଚିତ୍ର ମଧ୍ୟ ଦେଇପାରିବେ ନାହିଁ। ନକଲ କରିବାକୁ ମଧ୍ୟ ବୁଦ୍ଧି ଆବଶ୍ୟକ, ଏବଂ ଏହି ମୂଲ୍ୟହୀନ ଲୋକଙ୍କ ପାଖରେ ବୁଦ୍ଧି ମଧ୍ୟ ନାହିଁ।