Categories: ଖେଳ

କୋପା ଆମେରିକା ଫୁଟବଲ: ବ୍ରାଜିଲ ଜିତିଲା ଉଦ୍‌ଘାଟନୀ ମ୍ୟାଚ

 

ସାଓ ପାଓଲୋ, ୧୫।୬(ଏପି)-କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟର ୪୭ତମ ସଂସ୍କରଣ ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ମ୍ୟାଚରେ ଆୟୋଜକ ବ୍ରାଜିଲ ୩-୦ ଗୋଲରେ ଭେନିଜୁଏଲାକୁ ହରାଇ ଅଭିଯାନ ଆରମ୍ଭ କରିଛି। ରବିବାର ରାତିରେ ବ୍ରାସିଲିଆର ମାନେ ଗାରିଞ୍ଚା ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ମର୍କ୍ୱିନୋ, ନେମାର ଓ ଗାବ୍ରିଏଲ ବାର୍ବୋସା ଗୋଲ ସ୍କୋର କରି ବ୍ରାଜିଲକୁ ବିଜୟୀ କରାଇଛନ୍ତି। କରୋନାରେ ଅନେକ ସଂକ୍ରମିତ ହୋଇଥିବାରୁ ଭେନେଜୁଏଲା ଶ୍ରେଷ୍ଠ ଏକାଦଶ ଖେଳିବା ସମ୍ଭବ ହୋଇ ନ ଥିଲା। ଆର୍ଜେଣ୍ଟିନା ଓ କଲମ୍ବିଆ ସହ ଆୟୋଜକରୁ ବାଦ୍‌ ପଡ଼ିବା ପରେ ଦକ୍ଷିଣ ଆମେରିକା ଫୁଟବଲ ପରିଚାଳନା ସଂସ୍ଥା କନ୍‌ମେବୋଲ କରୋନା ସଂକ୍ରମଣ ସକ୍ରିୟ ରହିଥିଲେ ହେଁ ବ୍ରାଜିଲକୁ ଆୟୋଜକଭାବେ ବାଛିଥିଲା। ଦେଶରେ ଟୁର୍ନାମେଣ୍ଟ ଆୟୋଜନକୁ ବିରୋଧ କରୁଥିଲେ ହେଁ ବ୍ରାଜିଲ ଅଧିନାୟକ କାସେମିରୋ ନିଜ ଦଳ ଟାଇଟଲ ବଜାୟ ରଖିବାନେଇ ବେଶ୍‌ ଆଶାବାଦୀ ଅଛନ୍ତି।

Share