ଚେନ୍ନାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘କୁଲି’ ଗୁରୁବାର ରିଲିଜ୍ ହେବାକୁ ଯାଉଛି। ତେବେ ରିଲିଜ୍ ପୂର୍ବରୁ ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଏହି ଫିଲ୍ମ ଆଡ୍ଭାନ୍ସଡ୍ ବୁକିଂରେ ରେକର୍ଡ କରିଛି। ରିପୋର୍ଟ ଅନୁଯାୟୀ, ରିଲିଜ୍ ପୂର୍ବରୁ କେବଳ ଆଡ୍ଭାନ୍ସଡ୍ ବୁକିଂରେ ‘କୁଲି’ ଫିଲ୍ମ ବିଶ୍ୱବ୍ୟାପୀ ୮୮ କୋଟି ଟଙ୍କାର ବ୍ୟବସାୟ କରିଥିବାବେଳେ କେବଳ ତାମିଲନାଡ଼ୁରେ ଏହା ୨୭ କୋଟିର ବ୍ୟବସାୟ କରିଛି। ସେହିପରି ଆଡ୍ଭାନ୍ସଡ୍ ବୁକିଂରୁ ଦେଶବ୍ୟାପୀ ଏହି ଫିଲ୍ମ ୫୩ କୋଟି ଟଙ୍କାର ବ୍ୟବସାୟ କରିଛି। ଫିଲ୍ମରେ ରଜନୀକାନ୍ତଙ୍କ ବ୍ୟତୀତ ଅଭିନେତା ନାଗାର୍ଜୁନ, ସତ୍ୟରାଜ, ଆମୀର ଖାନ୍ ଓ ଅଭିନେତ୍ରୀ ଶ୍ରୁତି ହାସନ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ମୂଳତଃ ତାମିଲ ଭାଷୀ ଏହି ଫିଲ୍ମକୁ ଏକକାଳୀନ ଭାବେ ହିନ୍ଦୀ, କନ୍ନଡ ଏବଂ ତେଲୁଗୁ ଭାଷାର ଡବଡ୍ ଭର୍ଜନରେ ମଧ୍ୟ ରିଲିଜ୍ କରାଯିବ। ବକ୍ସ ଅଫିସରେ ‘କୁଲି’ର ମୁକାବିଲା ଅଭିନେତା ହ୍ରିତିକ ରୋଶନ ଏବଂ ଜୁନିୟର ଏନ୍ଟିଆର୍ଙ୍କ ‘ଓ୍ବାର୍ ୨’ ଫିଲ୍ମ ସହ ହେବ। ତେବେ ବୁଧବାର ରଜନୀକାନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ ୫୦ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ତାଙ୍କୁ ସମାଜର ବିଭିନ୍ନ ବର୍ଗରୁ ଶୁଭେଚ୍ଛାର ଶୁଅ ଛୁଟିଛି।